ବିଳମ୍ବରେ ପହଞ୍ଚିଲା ୧୦୮ ଆମ୍ବୁଲାନ୍ସ , ରୋଗୀ ମୃତ

0

ଗୋପ: ଗୋପ ଥାନା ଅଧିନ ସୋରଭା ପଞ୍ଚାୟତ ସ୍ଥିତ ଅଇଙ୍ଗଳ ଗ୍ରାମରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ଭ ହେବାରୁ ଜୈନିକ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତଲୋକେ ଆମ୍ବୁଲାନ୍ସ ସହ କର୍ମଚାରୀଙ୍କୁ ଦୀର୍ଘ ସମୟ ଅଟକ ରଖିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସୋରଭା ପଞ୍ଚାୟତ ଅଇଙ୍ଗଳ ଗ୍ରାମର ଝାଟୁ ବାରିକଙ୍କ ପତ୍ନୀ କ୍ରୀଷ୍ଣା ବାରିକ (୪୫) ଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକଙ୍କ ପକ୍ଷରୁ ରାତି ୧୨ଟାରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ମାତ୍ର ଆମ୍ବୁଲାନ୍ସଟି ରାତି ପ୍ରାୟ ସାଢେ ୨ଟା ବେଳେ ପହଞ୍ଚିଥିଲା। ସେତେବେଳକୁ ଅସୁସ୍ଥ କ୍ରୀଷ୍ଣାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା । ଫଳରେ ତାଙ୍କୁ ଡାକ୍ତରଖାନା ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ  ଘଟିଥିଲା । ଏହି ଘଟଣାକୁ ନେଇ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଅଟକ ରଖିବା ସହ ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ବିଶ୍ବାଳ ଓ ଡ୍ରାଇଭରଙ୍କୁ ଅଟକ ରଖିଥିଲେ । ସକାଳ ୯ଟା ସମୟରେ ସ୍ଥାନୀୟ ଜନପ୍ରତିନିଧି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କର୍ମଚାରୀ ମାନଙ୍କୁ ଉଦ୍ଧାର କରିଥିଲେ । ଏନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଗୋପ ଥାନାରେ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି ।

Leave A Reply