ଦେଶରେ ଚିହ୍ନଟ ହେଲେ ୧୦,୪୮୮ ନୂଆ କରୋନା ରୋଗୀ, ୩୧୩ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୧୦,୪୮୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୩୧୩ ଜଣ କରୋନା ରୋଗୀଙ୍କର ଜୀବନ ଯାଇଛି । ସେହି ସମୟ ମଧ୍ୟରେ କରୋନାରୁ ୧୨,୩୨୯ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ ୩,୩୯,୨୨,୦୩୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସେହିଭଳି କରୋନା ଜନିତ ମୃତ୍ୟୁସଂଖ୍ୟା ୪,୬୫,୬୬୨ରେ ପହଞ୍ଚିଛି । ଦେଶରେ ୧,୨୨,୭୧୪ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଶନିବାର ସଂଧ୍ୟା ସୁଦ୍ଧା ମୋଟ ୧,୧୬,୫୦,୫୫,୨୧୦ ପାନ କୋଭିଡ ଟିକା ଦିଆଯାଇଛି ।

Comments are closed.