www.samajalive.in
Saturday, December 6, 2025
26.1 C
Bhubaneswar

ୟୁକ୍ରେନ ଉପରେ ବଢିଲା ରୁଷର ଆକ୍ରମଣ ଭୟ

କିୟେଭ: ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ରୁଷ ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଏହା ୟୁକ୍ରେନ ସଂଲଗ୍ନ ଅଞ୍ଚଳରେ ନିଜର ସେନା ଏବଂ ଯୁଦ୍ଧ ସରଞ୍ଜାମକୁ ଅସ୍ୱାଭାବିକ ଭାବରେ ଠୁଳ କରିବାରେ ଲାଗିଛି । ରୁଷର ଏଭଳି କାର୍ଯ୍ୟକଳାପ ଉକ୍ତ ଅଞ୍ଚଳରେ ଉତ୍ତେଜନା ବଢାଇ ଦେଇଛି ବୋଲି ଆମେରିକା, ୟୁକ୍ରେନ ଏବଂ ନାଟୋ ରାଷ୍ଟ୍ରଗୋଷ୍ଠୀ ଅଭିଯୋଗ କରିଛନ୍ତି । ରୁଷ ପକ୍ଷରୁ ଚାଲିଥିବା ଏଭଳି ସମରସଜ୍ଜାକୁ ଜବାବ ଦେବାକୁ ଆମେରିକା ତାହାର ମିତ୍ର ରାଷ୍ଟ୍ର ୟୁକ୍ରେନକୁ ସହ୍ରାୟତା କରିବାକୁ କୃଷ୍ଣ ସାଗର ସଂଲଗ୍ନ ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିଛି । ଆମେରିକାର ଏକ ଯୁଦ୍ଧ ଜାହାଜରେ ଦୁଇଟି ତଟରକ୍ଷୀ ପାଟ୍ରୋଲ ବୋଟକୁ ନିଆଯିବା ପରେ ଉକ୍ତ ଅଞ୍ଚଳରେ ବୋଟ ଦୁଇଟି ରୁଷର ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଆମେରିକାର ଯୁଦ୍ଧ ଜାହାଜରେ ୟୁକ୍ରେନର ନାବିକମାନଙ୍କୁ ବ୍ୟାପକ ତାଲିମ ଦିଆଯାଇଛି । ସେମାନଙ୍କୁ ଉକ୍ତ ପାଟ୍ରୋଲ ବୋଟରେ ମୁତୟନ କରାଯାଇଛି । ସୂଚନାଯୋଗ୍ୟ ଯେ ଆମେରିକା ପୂର୍ବରୁ ମଧ୍ୟ ୟୁକ୍ରେନକୁ ଦୁଇଟି ଅନୁରୂପ ବୋଟ ପ୍ରଦାନ କରିସାରିଛି । ଅନ୍ୟପକ୍ଷରେ ରୁଷ କହିଛି ଯେ ଏହା ନିଜର ପରିସୀମା ମଧ୍ୟରେ ନିଜ ସୈନ୍ୟମାନଙ୍କୁ ଇଛାନୁଯାୟୀ ଯେକୌଣସି ସ୍ଥାନକୁ ପଠାଇ ପାରିବ । ଏହା କାହା ଉପରେ ଆକ୍ରମଣ କରିବା ଯୋଜନା କରୁନାହିଁ । ତେବେ ନାଟୋ ଯଦି ରୁଷକୁ ଉସୁକାଇବାକୁ ୟୁକ୍ରେନରେ ନିଜର ସାମରିକ ଭିତ୍ତିଭୂମି ବୃଦ୍ଧିକରେ ତେବେ ରୁଷ ସେ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ । ସୂଚନାଯୋଗ୍ୟ ଯେ ୟୁକ୍ରେନ ନାଟୋ ସଦସ୍ୟ ହେବାକୁ ଉଦ୍ୟମ ଜାରି ରଖିଥିବାବେଳେ ଚଳିତ ବର୍ଷ ପ୍ରାରମ୍ଭରେ ଆମେରିକା ପକ୍ଷରୁ ଏହାକୁ ବିପୁଳ ପରିମାଣରେ ଜାଭେଲିନ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଅନ୍ୟ ସାଜ ସରଞ୍ଜାମ ଯୋଗାଇ ଦିଆଯାଇଛି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories