www.samajalive.in
Sunday, December 7, 2025
14.1 C
Bhubaneswar

ହାରିଲା କରୋନା- ଜିତିଲେ ଶତାୟୁ ମହିଳା : କହିଲେ – ‘କରୋନା ସାଧାରଣ ଥଣ୍ଡା ଭଳି’

ବେଙ୍ଗାଲୁରୁ : କର୍ଣ୍ଣାଟକର ଜଣେ ୧୦୦ ବର୍ଷ ବୟସ୍କା  ମହିଳା କରୋନା ଭୂତାଣୁକୁ ପରାଜିତ କରି କହିଛନ୍ତି ଯେ, ଏହି ଭୂତାଣୁ ସାଧାରଣ ଥଣ୍ଡା ଭଳି। ଚଳିତ ମାସ ଆରମ୍ଭରେ କର୍ଣ୍ଣାଟକର ବେଲାରୀ ଜିଲ୍ଲାର ହୁଭିନା ହାଡାଗାଲି ସହରର ୧୦୦ ବର୍ଷ ବୟସ୍କା ମହିଳାଙ୍କର କରୋନା ପଜିଟିଭ ଥିବା ଜଣାପଡିଥିଲା।

ଏହି ୧୦୦ ବର୍ଷ ବୟସ୍କା ମହିଳା ହାଲ୍ଲାମା କହିଛନ୍ତି ଯେ ଡାକ୍ତରମାନେ ମୋତେ ଭଲ ବ୍ୟବହାର କରିଥିଲେ। ନିୟମିତ ଖାଇବା ସହିତ ମୁଁ ପ୍ରତିଦିନ ଏକ ସେଓ ଖାଉଥିଲି | ଡାକ୍ତରମାନେ ମୋତେ ଔଷଧ ଏବଂ ଇଞ୍ଜେକ୍ସନ ଦେଉଛନ୍ତି ଏବଂ ମୁଁ ବର୍ତ୍ତମାନ ସୁସ୍ଥ ଅଛି।

- Advertisement -

ସେ କହିଛନ୍ତି ଯେ କରୋନା ଭୂତାଣୁ ସାଧାରଣ ଥଣ୍ଡା ଭଳି। ମହିଳାଙ୍କ ପୁଅ, ବୋହୂ ଏବଂ ନାତି ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଛି। ସମସ୍ତେ ଘରେ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବାନୁସାରେ, ତାଙ୍କ ପୁଅ ଏକ ବ୍ୟାଙ୍କରେ କାର୍ଯ୍ୟ କରନ୍ତି ଏବଂ ଚଳିତ ମାସରେ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଥିଲା।|

ଅଧିକାରୀ ଜଣଙ୍କ କହିଛନ୍ତି ଯେ ଜୁଲାଇ ୧୬ରେ ତାଙ୍କ ପୁଅର ରିପୋର୍ଟ ପଜିଟିଭ୍ ମିଳିବା ପରେ ହାଲ୍ଲାମାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା । ଏହି ୧୦୦ ବର୍ଷ ବୟସ୍କା ମହିଳାଙ୍କୁ ଜୁଲାଇ ୨୨ରେ ଚିକିତ୍ସା କରାଯାଇଥିଲା। ଏବେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଶନିବାର ୫୦୭୨ କରୋନା ସଂକ୍ରମଣର ରିପୋର୍ଟ ଆସିଛି ଏବଂ ୭୨ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ କରୋନା ମାମଲା ୯୦,୯୪୨କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୫୫,୩୮୮ ଟି ସକ୍ରିୟ ମାମଲା ଏବଂ ୧୭୯୬ ଜଣଙ୍କର ମୃତ୍ୟୁ ହୋଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories