ସମାଜ ଡିଜିଟାଲ ଡେସ୍କ: କୋଠା ଭୁଶୁଡ଼ି ୧୦ ଜଣ ପ୍ରାଣ ହରାଇଥିବାବେଳେ ଅନ୍ୟ ୫ ଜଣ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି। ଉତ୍ତରପ୍ରଦୋର ମିରଟ ସହର ଅନ୍ତର୍ଗତ ଜାକିର କଲୋନୀରେ ଶନିବାର ସନ୍ଧ୍ୟାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। କଲୋନୀରେ ଥିବା ଏକ ୩ ମହଲା ବିଶିଷ୍ଟ କୋଠା ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଉକ୍ତ କୋଠାରେ ୧୫ ଜଣ ଥିଲେ। ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରବିବାର ସୁଦ୍ଧା କୋଠାର ଭଗ୍ନାବଶେଷ ତଳୁ ୧୦ ଜଣଙ୍କ ମୃତଦେହ ମିଳିଛି। ଅନ୍ୟ ୫ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Popular Categories



