www.samajalive.in
Sunday, December 7, 2025
26.1 C
Bhubaneswar

୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ଏମ୍, ସି ଏଚ୍ ଗୃହ ଠାରେ ଆଜି ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ନବରଙ୍ଗପୁର ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି  । ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଲକ୍ ଏବଂ ଦୁଇ ଗୋଟି ପୌରପାଳିକାର ୬୫୭୦୦, ୧୫ବର୍ଷ ରୁ୧୮ ବର୍ଷ ପିଲାଙ୍କୁ କରୋନା ଟିକାକରଣ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏମ୍ ସି ଏଚ ବିଲଡିଂ ରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି। ଜିଲ୍ଲାର ଦଶ ଗୋଟି ବ୍ଲକ୍ ଏବଂ ଦୁଇ ଗୋଟି ପୌରପାଳିକାର ୬୧ ଟି ଟୀକା ଦାନ କେନ୍ଦ୍ର ରେ ଏହି ଟିକାକରଣ ପ୍ରକ୍ରିୟା କୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ୧୨୨ ଜଣ ସ୍ବାସ୍ଥ୍ୟ କର୍ମଚାରୀ ଙ୍କୁ ନିୟୋଜିତ ପୂର୍ବକ ଦାୟିତ୍ଵ ପ୍ରଦାନ କରାଯାଇଛି। ଟିକାକରଣ ପ୍ରକ୍ରିୟା କାର୍ୟ୍ୟ କୁ ନିର୍ଦ୍ଧାରିତ ଟୀକାଦାନ କେନ୍ଦ୍ର ରେ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ ଡକ୍ଟର ମିଶ୍ର ସଂପୃକ୍ତ କର୍ମକର୍ତ୍ତା ଙ୍କୁ ନିର୍ଦେଶ ଦେଇଥିଲେ। ଏହି ଟିକାକରଣ ଶୁଭାରମ୍ଭ କାର୍ୟ୍ୟ କ୍ରମରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର କାଳୀ ପ୍ରସାଦ ବେହେରା,ଏଡିଏମ୍ ଓ (ଏଫ ଡବ୍ଲୁ) ଡକ୍ଟର ନୀଳମଣି ଦିଲ୍ଲୀପ ଚାନ୍ଦ ବେହେରା,ଏଡି,ପି, ଏଚୋ (ଟି ବି) ଡକ୍ଟର ନୀଳମଣି ସେନାପତି, ଡକ୍ଟର ସୁକାନ୍ତ ଶତପଥୀ, ଏଡି ପି ଏଚ୍ଚ ଓ (ଲେପ୍ରୋଷି) ଡକ୍ଟର ମଳୟ ତ୍ରିପାଠୀ, ଡକ୍ଟର କାହ୍ନୁ ଚରଣ ପାତ୍ର, ଡି ପି ଏମ୍, ସୁକାନ୍ତ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories