www.samajalive.in
Saturday, December 6, 2025
23.1 C
Bhubaneswar

ଗୁଳିକାଣ୍ଡରେ ସୁନା ଦୋକାନୀ ମୃତ ; ଜଣେ ଗୁରୁତର

ସୁନ୍ଦରଗଡ : ସୁନ୍ଦରଗଡ ଜିଲା ଅନ୍ତର୍ଗତ ବଡ ଗାଁରେ ଆଜି ସକାଳେ ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ରୋହିତ ବର୍ମା (୨୨)। ସେ ମା ମଙ୍ଗଳା ଜୁଏଲାରୀର ମାଲିକ ବୋଲି ଜଣାପଡିଛି। ରୋହିତଙ୍କ ବାପା ଚନ୍ଦ୍ରଶେଖର ବର୍ମା ମଧ୍ୟ ସୁନା ବ୍ୟବସାୟ କରନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ସରୋଜ ଦାସ।ଗୁରୁତର ଅବସ୍ଥାରେ ରୋହିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସରୋଜଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ ; ସରୋଜଙ୍କ ଘରେ ରୋହିତ ନିଜର ସୁନା ଦୋକାନ ଭଡା ଭାବେ ନେଇଥିଲେ। ଆଜି ସକାଳ ସମୟରେ ସରୋଜ ଓ ରୋହିତ ସୁନା ଗହଣା ଓ ଟଙ୍କା ବ୍ୟାଗ ନେଇ ଦୋକାନ ସମ୍ମୁଖରେ ଥିବା ବେଳେ ଗୋଟିଏ ବାଇକରେ ୩ ଦୁର୍ବୃତ୍ତ ଆସି ଗୁଳି ଚାଳନା ଆରମ୍ଭ କରିଥିଲେ। ପ୍ରଥମେ ରୋହିତ ମୁଣ୍ଡରେ ଓ ପେଟରେ ଗୁଳି ବାଜିବା ପରେ ଦୁର୍ବୃତ୍ତମାନେ ଟଙ୍କା ଓ ଗହଣା ବ୍ୟାଗ ଛଡାଇ ବାଇକରେ ଖସି ପଳାଇବାକୁ ଆରମ୍ଭ କରିଥିଲେ। ଉକ୍ତ ସମୟରେ ସରୋଜ ସେମାନଙ୍କୁ ବାଧା ଦେବାକୁ ଦୁର୍ବୃତ୍ତମାନେ ସରୋଜଙ୍କ ଉପରକୁ ମଧ୍ୟ ଗୁଳିଚାଳନା କରିଥିଲେ। ସରୋଜଙ୍କ ଅଣ୍ଟାରେ ଗୁଳି ବାଜିବାରୁ ସେ ମଧ୍ୟ ତଳେ ପଡି ଯାଇଥିଲେ। ମାତ୍ର ୩ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ବାଇକରେ ଯାଇନପାରି ସମ୍ପୃକ୍ତ ଅଞ୍ଚଳରେ ଲୁଚି ରହିଛି ବୋଲି ସନ୍ଦେହ କରାଯାଉଛି। ଅନ୍ୟ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଓ ସୁନା ନେଇ ଖସି ପଳାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଘଟଣାସ୍ଥଳରୁ ୨ ରାଉଣ୍ଡ ଗୁଳି ଓ ପିସ୍ତଲ ଜବତ ହୋଇଛି। ଉକ୍ତ ଗୁଳିକାଣ୍ଡ ସହ ରାଉରକେଲାରେ ପ୍ରାୟ ୨ ମାସ ତଳେ ହୋଇଥିବା ସୁନା ଦୋକାନୀ ହତ୍ୟା ଓ ଗୁଳିକାଣ୍ଡରେ ଏହି ଦୁର୍ବୃତ୍ତ ମାନଙ୍କ ସମ୍ପୃକ୍ତ ଥିବା ନେଇ ଆଶଙ୍କା କରାଯାଉଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories