www.samajalive.in
Saturday, December 13, 2025
14.1 C
Bhubaneswar

ବର୍ଷାରେ ଘର କାନ୍ଥ ପଡି ଜଣେ ମୃତ, ୨ ଗୁରୁତର

କାଶୀପୁର: ପ୍ରବଳ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଣସଗୁଡା ଉପର ସାହିରେ ଘର କାନ୍ଥ ଭାଙ୍ଗି ପଡି ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନିୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ ପଣସଗୁଡା ଗ୍ରାମର ସମ୍ବୁରୁ ମାଝୀ, ତାଙ୍କ ପତ୍ନି ବୁନ୍ଦିରି ମାଝୀ ଏବଂ ତାଙ୍କ ପୁଅ ନିରଞ୍ଜନ ମାଝୀ ଘରେ ଶୋଇଥିବା ସମୟରେ ଲଗାଣ ୫ ଦିନ ବର୍ଷାରେ ଓଦା ହୋଇ ରହିଥିବା ଘର କାନ୍ଥଗୁଡିକ ସମ୍ପୂର୍ଣ୍ଣ ଭୁଷୁଡି ପଡିଥିଲା।

- Advertisement -

ଘର ଭୁଷୁଡି ପଡିବାରୁ ସମ୍ବୁରୁ ମାଝୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମା ଓ ପୁଅ ଘର ଭିତରେ ଭଙ୍ଗା କାନ୍ଥତଳେ ଚାପି ହୋଇ ଯାଇଥିଲେ। ପଡୋଶୀ ଶବ୍ଦ ଶୁଣି ଆହତମାନଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଘଟଣା ସ୍ଥଳକୁ କାଶୀପୁର ତହସିଲଦାର ସୌଭାଗ୍ୟ ବେହେରା, କାଶୀପୁର ଆଇଆଇସି ଦୁର୍ଗାମାଧବ ପ୍ରଧାନଙ୍କ ସମେତ କାଶୀପୁର ଆରଆଇ ଏବଂ ଅଗ୍ନିଶମ ବିଭାଗି ପହଞ୍ଚି ମୃତ ବ୍ୟକ୍ତିର ଶବ ଉଦ୍ଧାର କରିଥିଲେ।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories