www.samajalive.in
Sunday, December 7, 2025
23.1 C
Bhubaneswar

ୟୁକ୍ରେନରେ ନରସଂହାରର ଭୟାନକ ଚିତ୍ର ; ଶହ ଶହ ହାତବନ୍ଧା ଗୁଳିବଦ୍ଧ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ୟୁକ୍ରେନରେ ମୃତ୍ୟୁର ତାଣ୍ଡବ ଜାରି ରହିଛି। ରୁଷ ପକ୍ଷରୁ ହୋଇଥିବା ଆକ୍ରମଣ ପାଇଁ ଅନେକ ଘଟଣା ଇତିହାସର ପୃଷ୍ଠାରେ ସର୍ବଦା ରହିବ। ୟୁକ୍ରେନ ଅଧିକାରୀଙ୍କ କହିବାନୁଯାୟୀ, କିଭ୍‍ ରୁ ଫେରିବା ପୂର୍ବରୁ ରୁଷ ସୈନ୍ୟ ଏଠାରେ ଯୁଦ୍ଧ ଅପରାଧ କରିଛି। ସେଠାରେ କିଛି ଭୟଙ୍କର ଦୃଶ୍ୟ ଛାଡି ଯାଇଛି । ସୂଚନାନୁଯାୟୀ, ୟୁକ୍ରେନ ରାଜଧାନୀ କିଭ୍‍  ରେ ଏକାସହ ୪୧୦ ଜଣଙ୍କ ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ଅଧିକାଂଶଙ୍କ ହାତ ଗୋଡ ବନ୍ଧା ହୋଇଥିବା ବେଳେ ସେମାନଙ୍କ ମଥାରେ ଗୁଳିବଦ୍ଧ ହୋଇଛି।
ୟୁକ୍ରେନରୁ ଆସୁଥିବା ଏହି ଫଟୋ ପାଇଁ ସଭିଁଙ୍କ ମନରେ ଭୟର ଏକ ବାତାବରଣ ସୃଷ୍ଟି ହୋଇଛି। ଏହା ମଧ୍ୟରେ ଆମେରିକାର ଏକ କମ୍ପାନୀ ପକ୍ଷରୁ କିଛି ସାଟେଲାଇଟ ଫଟୋ ପଠାଯାଇଛି।ଏଥିରେ ଦାବି ହୋଇଛି ଉକ୍ତ ମୃତଦେହକୁ ପୋତିବା ପାଇଁ କିଭ୍‍ ଏକ ଚର୍ଚ୍ଚ ନିକଟରେ ୪୫ ଫୁଟ୍‍ ଗାତ ଖୋଳାଯାଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଅଧିକାଂଶ ମୃତଦେହ ରୁଷ ସୈନାଙ୍କ ଆଡ୍ଡା ସ୍ଥଳ ନିକଟରୁ ମିଳିଛି। ସେମାନଙ୍କ ହାତ ବନ୍ଧା ହୋଇଥିବା ବେଳେ ହାତ ଓ ମଥାରେ ଗୁଳି ବାଜିଛି। ୟୁକ୍ରେନ ଅଧିକାରୀ ଏହି ହତ୍ୟା ପାଇଁ ରୁଷ ସୈନ୍ୟଙ୍କୁ ସମ୍ପୂର୍ଣ୍ଣରୂପେ ଦୋଷୀ ଦାୟୀ କରିଛନ୍ତି। ଅନ୍ୟ ପକ୍ଷରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଏହା ନରସଂହାରର ସବୁଠାରୁ ବଡ ପ୍ରମାଣ।
ୟୁକ୍ରେନର ଅଭିଯୋଗକୁ ରୁଷ ଖଣ୍ଡନ କରିଛି। ରୁଷ ପ୍ରତିରକ୍ଷା ମନ୍ତ୍ରାଳାୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବୁଚାର କୌଣସି ବାସିନ୍ଦା ରୁଷ ସେନା ଦ୍ୱାରା ନିର୍ଯାତନା ପାଇ ନାହାନ୍ତି। ସାଧାରଣ ନାଗରିକ କୌଣସି ହିଂସାତ୍ମକ କାର୍ୟ୍ୟର ସମ୍ମୁଖୀନ ହୋଇନାହାଁନ୍ତି।

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories