www.samajalive.in
Saturday, December 6, 2025
14.1 C
Bhubaneswar

ପହଣ୍ଡି ବିଜେ ପରେ ‘ଛେରା ପହଁରା ନୀତି’ ଆରମ୍ଭ

ପୁରୀ : ରଥାରୁଢ ହୋଇ ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଛି ‘ଛେରା ପହଁରା ନୀତି’। ସୁବର୍ଣ୍ଣ ଖଡିକା ଧରି ପହଁରା କରୁଛନ୍ତି ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବ। ବର୍ତ୍ତମାନ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜରେ ଛେରା ପହଁରା ନୀତି ଚାଲିଛି। ପାରମ୍ପରିକ ରୀତିରେ ଗଜପତି ଛେରା ପହଁରା କରନ୍ତି। ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଛେରା ପହଁରା କରାଯାଏ। ଗଜପତି ମହାରାଜା ହେଉଛନ୍ତି ଆଦ୍ୟ ସେବକ। ରଥରେ ଦୋଳବେଦୀରେ ଗଜପତି ଛେରା ପହଁରା କରନ୍ତି। ରଥ ଉପରେ ମାଳଫୁଲ, ବେଶ ଓ ଚିତା ନୀତି ହୁଏ। ପରେ ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories