www.samajalive.in
Saturday, December 6, 2025
19.1 C
Bhubaneswar

ଦହି ଭାତ ଖାଇବା ପସନ୍ଦ କି ? ଜାଣନ୍ତୁ ମିଳେ କି କି ଲାଭ..

ଦହି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଭାରତୀୟ ଖାଦ୍ୟରେ ଦହିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିୟମିତ ଅଳ୍ପ ପରିମାଣରେ ଦହି ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ ବୋଲି କୁହାଯାଏ। ମାତ୍ର କେବେ ଦହି ଓ ଭାତ ଖାଇଛନ୍ତି କି? ଏହା ଏକ ଦକ୍ଷିଣ ଭାରତୀୟ ମୁଖ୍ୟ ଖାଦ୍ୟ। ପେଟ ପାଇଁ ଖୁବ୍‌‌ ଉପକାରୀ। ଅନେକ ସେଲିବ୍ରିଟି ମଧ୍ୟ ଏହାକୁ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ମୁଖ୍ୟତଃ ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ ବୋଲି ଏହାକୁ ସେବନ କରିବାକୁ ପରାମର୍ଶ ଦିଆଯାଏ। ପୋଷକ ତତ୍ତ୍ୱରେ ଭରପୁର ଦହି ଭାତ ସ୍ୱାଦିଷ୍ଟ ମଧ୍ୟ। ଜାଣନ୍ତୁ..
ଦହି ଭାତ ସେବନ ଦ୍ୱାରା ଖାଦ୍ୟ ନଳୀ ସୁସ୍ଥ ରହିଥାଏ। ପାଚନ ସହ ଜଡିତ ଅନେକ ସମସ୍ୟା ଦୂର କରିଥାଏ। ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ଏହା ପ୍ରୋଟିନ୍‌‌ର ଏକ ଉତ୍ତମ ସ୍ରୋତ। ଯେଉଁମାନଙ୍କର ପାଚନ ସହ ଜଡିତ ସମସ୍ୟା ରହିଥାଏ, ସେମାନେ ଦହି ଭାତ ଖାଇବା ଖୁବ ଉପକାରୀ।
ଦହି ଭାତ ଆଣ୍ଟି-ଅକ୍ସିଡାଣ୍ଟର ଏକ ଉତ୍ତମ ସ୍ରୋତ। ଦହି ଭାତ ସେବନ ଦ୍ୱାରା ମାନସିକ ଦୁଃଶ୍ଚିନ୍ତାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ। ମାନସିକ ଶାନ୍ତି ମିଳିଥାଏ।
ଦହି ଭାତକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଦହିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ଫଳରେ ଥକ୍କାପଣ ଅନୁଭବ ନହେବା ସହ କାର୍ଯ୍ୟ କରିବାକୁ ଆଗ୍ରହ ଆସିଥାଏ।
ଦହି ଭାତ ଖାଇବା ଦ୍ୱାରା ଶରୀର ସହ ତ୍ୱଚାକୁ ମଧ୍ୟ ସୁସ୍ଥ ରଖିଥାଏ। ଏହାସହ ସହଜରେ ହଜମ ହୋଇଥାଏ। ଫଳରେ ପାଚନ ତନ୍ତ୍ର ସୁସ୍ଥ ରହିବା ସହ ତ୍ୱଚାର ଚମକ ବୃଦ୍ଧି ପାଇଥାଏ।
ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଦହି ଭାତ ବେଶ ଲାଭଦାୟକ। ଏଥିରେ ଲୁଣର ମାତ୍ରା ଖୁବ କମ୍‌‌। ଏହାର ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇରହିଥାଏ। ଉଚ୍ଚ ରକ୍ତଚାପ ରୋଗୀ ନିୟମିତ ଦହି ଭାତ ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇ ରହିବା ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।
ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିଥାଏ। ଶରୀରକୁ ଅନେକ ସଂକ୍ରମଣ ଜନିତ ରୋଗରୁ ଦୂରେଇ ରଖିଥାଏ।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories