www.samajalive.in
Friday, December 5, 2025
20.1 C
Bhubaneswar

ଜନ୍ମଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ବାନ୍ଧିଲା ଇଡି

ସମାଜ ଡିଜିଟାଲ ଡେସ୍କ: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି ଇଡି । ମଦ ଦୁର୍ନୀତି ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି । ଆଜି ସକାଳେ ଭୂପେଶ ବାଘେଲଙ୍କ ଭିଲାଇ ସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ଚଢାଉ ବେଳେ ଇଡି ପୁଅକୁ ଗିରଫ କରାଯିବ ପରେ ବିଜେପିକୁ ଦାୟୀ କରିଛନ୍ତି ଭୂପେଶ । ଏହାସହ ଚଢାଉ ଏବେ ବି ଜାରି ରହିଛି । ଆପଣଙ୍କୁ କହି ରଖୁଛୁ ଯେ ମନି ଲଣ୍ଡରିଂ ସହ ଜଡିତ ଏକ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସବୁଠାରୁ ବଡ କଥା ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଚୈତନ୍ୟଙ୍କ ଆଜି ହେଉଛି ଜନ୍ମଦିନ ।

ଶୁକ୍ରବାର ସକାଳ ପ୍ରାୟ ସାଢେ ୬ଟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ଇଡିର ୩ଟି ଦଳ ପହଞ୍ଚିଥିଲେ । ଏହି ସମୟରେ ସିଆରପିଏଫ୍‍ ସମଗ୍ର ଘରକୁ ଘେରି ରହିଥିଲେ । ମଦ ଦୁର୍ନୀତିରେ ପ୍ରମାଣ ପାଇବା ପରେ ପିଏମଏଲଏ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ବିଧାନସଭାରେ ଆଜି ଶେଷ ଦିନ ଥିବାରୁ ଆଦାନୀ ପ୍ରସଙ୍ଗ ଉଠାଇ ତମନାରରେ ଗଛ କଟାଯିବା ପ୍ରସଙ୍ଗ ଉଠାଇଥାନ୍ତା କଂଗ୍ରେସ । ହେଲେ ଏହା ପୂର୍ବରୁ ଇଡି ଚଢାଉ ନେଇ ଭୂପେଶ ବିଜେପିକୁ ଟାର୍ଗେଟ କରିଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories