www.samajalive.in
Saturday, December 6, 2025
19.1 C
Bhubaneswar

ଚାଣକ୍ୟ ନୀତି : ଯୁବପିଢିଙ୍କ ଅସଫଳତାର କାରଣ ଏହି ଅଭ୍ୟାସ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ସମ୍ବନ୍ଧିତ ଅନେକ କଥା ଉଲ୍ଲେଖ ରହିଛି। ଏହି କଥାର ପାଳନ କରିବା ଦ୍ୱାରା ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ। ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ ଯୁବପିଢିଙ୍କୁ ନେଇ ମଧ୍ୟ କିଛି ଜାଣିବା କଥା ବର୍ଣ୍ଣନା କରାଯାଇଛି..
ଚାଣକ୍ୟଙ୍କ ନୀତି ଅନୁଯାୟୀ, ଯୁବାବସ୍ଥାରେ ବ୍ୟକ୍ତି ନିଜ ଭବିଷ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ। ସଠିକ ନିୟମ ଓ ଯୋଜନା ସହ ଯୁବପିଢି ନିଜ ଜୀବନର ଲକ୍ଷ୍ୟ ପ୍ରାପ୍ତ କରି ପାରିବେ । ମାତ୍ର ଖରାପର ଅଭ୍ୟାସକୁ ଆପଣାଇବା ଦ୍ୱାରା ଜୀବନରେ ସମସ୍ୟା ପରେ ସମସ୍ୟା ଦେଖା ଦେଇଥାଏ। ଜାଣନ୍ତୁ ସେହି ବଦଅଭ୍ୟାସ ବିଷୟରେ..
ଯୁବପିଢିଙ୍କୁ କଦାପି ଆଳସ୍ୟ କରିବା ଉଚିତ ନୁହେଁ। ଏହା ଏକ ଖରାପ ଅଭ୍ୟାସ। ଆଳସ୍ୟ କାରଣରୁ ଲକ୍ଷ୍ୟ ହାସଲରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ଅନୁଶାସନର ପାଳନ କରିବା ଉଚିତ।
ଯୁବପିଢିଙ୍କୁ ନିଶା ଦ୍ରବ୍ୟର ସେବନ କରିବା ଉଚିତ ନୁହେଁ। ନିଶା ସେବନ ଦ୍ୱାରା କେବଳ ଶାରୀରିକ ନୁହେଁ ବରଂ ମାନସିକ ରୋଗଗ୍ରସ୍ତ ମଧ୍ୟ ହୋଇଥାଆନ୍ତି। ଏହାଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ। ଯାହାର ପ୍ରଭାବ ବର୍ତ୍ତମାନ ଓ ଭବିଷ୍ୟତ ଉପରେ ପଡିଥାଏ।
ଦୁଷ୍ଟ ଅର୍ଥାତ ଖରାପ ସଙ୍ଗତରୁ ସର୍ବଦା ନିଜକୁ ଦୂରେଇ ରଖନ୍ତୁ। ଭୁଲ ଲୋକଙ୍କ ମଧ୍ୟରେ ରଖିଲେ ଖରାପ ଅଭ୍ୟାସ ଆପଣାଇ ଥାଆନ୍ତି। ଫଳରେ ଲକ୍ଷ୍ୟ ହାସଲ ହୋଇ ପାରିନଥାଏ। ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories