www.samajalive.in
Saturday, December 6, 2025
23.1 C
Bhubaneswar

ଭିଜିଲାନ୍ସ ଚଢାଉ ; କାବା କଲା ଅତିରିକ୍ତ ଉପଜିଲ୍ଲାପାଳଙ୍କ ସମ୍ପତ୍ତି

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଅତିରିକ୍ତ ଉପଜିଲ୍ଲାପାଳଙ୍କ ସମ୍ପତ୍ତି ଦେଖି କାବା ହୋଇଛି ଭିଜିଲାନ୍ସ। ସମସ୍ତ ସ୍ଥାନରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା ଭର୍ତ୍ତି ପେଟି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସକୁ ମିଳିଛି ୨ କୋଟିରୁ ଅଧିକ ଟଙ୍କା। ଭୁବନେଶ୍ୱର କାନନବିହାର ପଡୋଶୀ ଘର ଛାତରୁ ୬ଟି ଟଙ୍କା ଭର୍ତ୍ତି ପେଟି ମିଳିଛି। କାନନବିହାର ସ୍ଥିତ ଦୁଇ ମହଲା କୋଠାରେ ଚଢାଉ ଜାରି ରହିଛି। ନବରଙ୍ଗପୁରରେ ଥିବା ଘର, କାର୍ଯ୍ୟାଳୟରେ ଚଢାଉ ଚାଲିଛି। ଭଦ୍ରକ ବହୁଦରଡାରେ ଥିବା ପୈତୃକ ଘରେ, ସରକାରୀ ବାସଭବନ ସମେତ ମୋଟ ୯ଟି ସ୍ଥାନରେ ଚଢାଉ ଜାରି ରହିଛି।

ଏହି ଚଢାଉରେ ୨ ଆଡିସନାଲ ଏସପି, ୭ ଡିଏସପି, ୮ ଇନ୍ସପେକ୍ଟର ସାମିଲ ଅଛନ୍ତି। ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ପୂର୍ବରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ। ବିଶ୍ରା ବ୍ଲକରେ ବିଡିଓ ଥିବା ବେଳେ ଲାଞ୍ଚ ନେଇ ଧରା ପଡିଥିଲେ। ଏହାସହ ନବରଙ୍ଗପୁରର ଏକ ସରକାରୀ ବାସଭବନରୁ ମିଳିଛି ଆଉ ୨ପେଟି ଟଙ୍କା। ୫ ଶହ ଟଙ୍କିଆ ଭର୍ତ୍ତି ଦୁଇ ପେଟି ଟଙ୍କା ଠାବ କରିଛି ଭିଜିଲାନ୍ସ। ଗୋଟିଏ ପେଟିରେ ୫୬ ଲକ୍ଷ, ଅନ୍ୟଟିରେ ୨୧ ଲକ୍ଷ ଟଙ୍କା ଥିବା ନେଇ ସୂଚନା ମିଳିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories