www.samajalive.in
Saturday, December 6, 2025
19.1 C
Bhubaneswar

କୋଟିପତି ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। କଟକର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଚଢାଉ କରାଯାଉଛି।
ଭିଜିଲାନ୍ସ ଟିମ ଏକକାଳୀନ କଟକ, ଚୌଦ୍ୱାର, ନୂଆପଡାର ୬ଟି ସ୍ଥାନରେ ଚଢାଉ କରୁଛି। କଟକରେ ୩, ଚୌଦ୍ୱାରରେ ଗୋଟିଏ ଓ ନୂଆପଡାର ୨ଟି ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଏଥିରେ ୬ ଜଣ ଡିଏସପି,୧୨ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି। ଚଢାଉ ସମୟରେ କଟକ ଚାଉଳିଆଗଞ୍ଜରେ ଏକ ତିନି ମହଲା କୋଠା, କଟକ ବାଲି ସାହିରେ ଗୋଟିଏ ଦୁଇ ମହଲା କୋଠା, ବାଲିସାହିରେ ନଟରାଜ ପ୍ୟାଲେସ ନାଁରେ ଏକ କଲ୍ୟାଣମଣ୍ଡପ,ଚୌଦ୍ୱାରର ଓରନ୍ଦାରେ ୩ ଏକର ଜମି ସହ ଗେଷ୍ଟ ହାଉସ ଠାବ ହୋଇଛି। ଏହାସହ ୧ କୋଟି ୧୩ ଲକ୍ଷ ଟଙ୍କାର ବୀମା ପ୍ରିମିୟମ, ୪୯୮ ଗ୍ରାମର ସୁନା ଓ ଅଢେଇ କେଜିର ରୁପା ଗହଣା ଜବତ କରାଯାଇଛି। ଚଢାଉ ଜାରି ରହିଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories