www.samajalive.in
Saturday, December 6, 2025
16.1 C
Bhubaneswar

୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ଶ୍ରୀନଗର: ଦକ୍ଷିଣ କାଶ୍ମୀର ଅଞ୍ଚଳରେ ପୁଣି ଆତଙ୍କବାଦୀଙ୍କ ବର୍ବରତାର ଉଦାହରଣ ଦେଖିବାକୁ ମିଳିଛି। ଆତଙ୍କବାଦୀମାନେ ତିନି ଜଣ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି। ସେମାନଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ମାସେ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଭଳି ଘଟଣା ଘଟିଛି।
ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଦକ୍ଷିଣ କାଶ୍ମୀରର ସୋଫିଆନ୍‍ରେ ସ୍ପେଶାଲ୍‍ ପୁଲିସ ଫୋର୍ସର ଚାରି ଜଣ ପୁଲିସ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସୁରକ୍ଷାକର୍ମୀମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ମୁକୁଳାଇବାରେ ସକ୍ଷମ ହୋଇଥିବା ବେଳେ ଆଉ ତିନିଜଣ ଆତଙ୍କବାଦୀଙ୍କ କବ୍‍ଜାରେ ରହିଥିଲେ।
ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଳାୟର ଜଣେ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀମାନେ ଆନ୍ଦୋଳନ ଓ ପଥର ଆକ୍ରମଣକାରୀଙ୍କୁ ଉସ୍‍କାଇବାରେ ବିଫଳ ହେବା ପରେ ହତୋତ୍ସାହିତ ହୋଇ ପୁଲିସ କର୍ମଚାରୀଙ୍କୁ ଟାର୍ଗେଟ୍‍ କରିଛନ୍ତି। ଗତ ସପ୍ତାହରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ହିଜବୁଲ୍‍ ମୁଜାହିଦ୍ଦିନ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା। ପୁଲିସ କର୍ମଚାରୀମାନେ ଇସ୍ତଫା ଦିଅନ୍ତୁ ନଚେତ ମରିବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଉକ୍ତ ଭିଡିଓରେ କୁହାଯାଇଥିଲା।
ତିନି ସପ୍ତାହ ତଳେ ତିନି ପୁଲିସ କର୍ମଚାରୀ ଓ ତାଙ୍କର ୮ଜଣ ସମ୍ପର୍କୀୟଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ପୁଲିସ କବ୍‍ଜାରେ ଥିବା ଆତଙ୍କବାଦୀଙ୍କ ୧୨ ଜଣ ସମ୍ପର୍କୀୟଙ୍କୁ ମୁକ୍ତ କରାଯିବା ପରେ ଆତଙ୍କବାଦୀମାନେ ପୁଲିସ ଓ ସମ୍ପର୍କୀୟଙ୍କୁ ଛାଡ଼ିଥିଲେ।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories