www.samajalive.in
Sunday, December 14, 2025
26.1 C
Bhubaneswar

ଗିର୍‌ ଜଙ୍ଗଲରେ ଅସ୍ବାଭାବିକ ସିଂହ ମୃତ୍ୟୁ; ୧୨ଟି ସିଂହ ମୃତଦେହ ଠାବ

ଗାନ୍ଧୀନଗର: ଗୁଜରାଟ ଗିର୍‌ ଜଙ୍ଗଲରୁ ୧୨ଟି ଏସୀୟ ସିଂହଙ୍କ ମୃତଦେହ ଠାବ କରାଯାଇଛି । ସେଥିମଧ୍ୟରୁ ୬ଟି ଛୁଅସିଂହ ମୃତଦେହ ରହିଛି । ମୃତଦେହ ଗୁଡିକ ପ୍ରାୟ ୧୦ ଦିନ ପୂର୍ବର ବୋଲି ଜଣାପଡିଛି । ୧୧ଟି ମୃତଦେହ ଗିର୍ ଜଙ୍ଗଲର ପୂର୍ବ ଭାଗରେ ଥିବା ଡାଲଖାନିଆ ରେଞ୍ଜରୁ ଉଦ୍ଧାର କରାଯାଇଛି ।

ବନବିଭାଗ ରିପୋର୍ଟ ଅନୂଯାୟୀ, ମୃତ ସିଂହମାନଙ୍କ ମଧ୍ୟରୁ ୩ଟି ସିଂହ ସେପ୍ଟମ୍ବର ୧୮ରୁ ଚିକିତ୍ସାଧୀନ ଥିଲେ ଏବଂ ସେମାନଙ୍କ ବୟସ ୫ରୁ ୯ ମାସ ହେବ । ତିନୋଟି ମଧ୍ୟରୁ ଦୁଇଟି ସିଂହ ଯଶଧର ପଶୁ ଯତ୍ନ କେନ୍ଦ୍ରରେ ଏବଂ ଗୋଟିଏ ସିଂହ ଜୁନାଗଡ ପଶୁଚିକିତ୍ସା ମହାବିଦ୍ୟାଳୟ ଅଧୀନରେ ଚିକିତ୍ସିତ ହେଉଥିଲେ ।

- Advertisement -

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗନପଥ ଭାସବ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଗୋଟିଏ ଡାକ୍ତରୀ ଦଳ ଗାନ୍ଧୀନଗରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ୩ଟି ସିଂହ ପରସ୍ପର ମଧ୍ୟରେ ଲଢି ପ୍ରାଣ ହରାଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗନପଥ ଭାସବ କହିଛନ୍ତି ।

ଡାଲଖାନିଆ ରେଞ୍ଜ ସହବନ ସଂରକ୍ଷକ ବିଜୟ ଚୌଧୁରୀଙ୍କ ସୂଚନା ଅନୁଯାୟୀ, ୮ଟି ସିଂହଙ୍କ ମୃତ୍ୟୁ ଫୁସଫୁସ୍ ଓ ଯକୃତ ସଂକ୍ରମଣ ଯୋଗୁଁ ହୋଇଛି । ସୂଚନାଯୋଗ୍ୟ, ୨୦୧୫ ଗଣନାଅନୁସାରେ ଗିର୍‌ରେ ୫୨୩ଟି ସିଂହ ଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories