ଶିମଲା: ହିମାଚଳ ପ୍ରଦେଶରେ ଆସିଥିବା ଭୟାବହ ବର୍ଷା ଓ ତୁଷାରପାତରେ ୪୫ ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ରୁର୍କି ଆଇଆଇଟିର ୩୫ ଜଣ ଛାତ୍ର ଥିବା ଜଣାପଡ଼ିଛି। ଆଇଆଇଟି ଛାତ୍ରମାନେ ଅନ୍ୟ କେତେକ ପର୍ବତାରୋହୀଙ୍କ ସହିତ ହିମାଚଳ ପ୍ରଦେଶର ପାର୍ବାତ୍ୟାଞ୍ଚଳ ଲାହୁଲ ଓ ସ୍ପିତି ଜିଲାକୁ ଟ୍ରାକିଂ ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।
ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ସୃଷ୍ଟ ବାଦଲ୍ ଫଟା ବର୍ଷା ଯୋଗୁଁ ସୃଷ୍ଟ ବନ୍ୟା ଓ ଭୂସ୍ଫଳନରେ ଏ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ବିଶେଷକରି କୁଲୁ, କାଙ୍ଗ୍ରା ଓ ଚାମ୍ବା ଜିଲାରେ ଅଧିକ କ୍ଷୟକ୍ଷତି ହୋଇଛି। କୁଲୁରେ ଜଣେ ଝିଅ ସହିତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାଙ୍ଗ୍ରା ଜିଲାରେ ଜଣଙ୍କର ମୃତ୍ୟୁ ଘଟିଛି। ନୀଦରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ ନିକଟକୁ ଯିବା ପାଇଁ ବାରଣ କରାଯାଇଛି। ବନ୍ୟାରେ ଅନେକ ଘର ଭାସି ଯାଇଥିବା ସୂଚନା ମିଳିଛି। ପ୍ରାଥମିକ ଆକଳନ ଅନୁଯାୟୀ ଏ ପର୍ଯ୍ୟନ୍ତ ୨୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
ଉପରୋକ୍ତ ତିନି ଜିଲାରେ ସମସ୍ତ ସ୍କଲ୍ କଲେଜ ବନ୍ଦ ପାଇଁ ପ୍ରଶାସନ ନିର୍ଦେଶ ଦେଇଛି। କୁଲୁରେ ବରଫ ଉପରେ ହେଉଥିବା କ୍ରୀଡ଼ା ଉପରେ କଟକଣା ଜାରି କରାଯାଇଛି।
ହିମାଚଳ ପ୍ରଦେଶରେ ୩୫ ଆଇଆଇଟି ଛାତ୍ର ନିଖୋଜ
Popular Categories



