ହିଜବୁଲରେ ଯୋଗ ଦେଲେ ଭାରତୀୟ ସୈନ୍ୟ

0

ନୂଆଦିଲ୍ଲୀ: ଚଳିତ ମାସ ଦକ୍ଷିଣ କାଶ୍ମୀରରୁ ନିଖୋଜ ହୋଇଥିବା ଯବାନ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିନ୍ଦୀନରେ ଯୋଗ ଦେଇଥିବାର ଖବର ମିଳିଛି। ଅବଶ୍ୟ ସେନା ପକ୍ଷରୁ ଅଦ୍ୟାବଧି ଏ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ପୁଲିସ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ସେନାର ଲାଇଟ୍‌ ଇନଫେଣ୍ଟ୍ରି (ଜେକେଏଲଆଇ)ରେ କାର୍ଯ୍ୟରତ ଜଣେ ଯବାନ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ରବିବାର ହିଜବୁଲ ମୁଜାହିନ୍ଦୀନ ସଂଗଠନର ଏକ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଏହି ଯବାନ ସଂଗଠନରେ ଯୋଗ ଦେଇଥିବା ଖବର ମିଳିଛି। ଏହି ଯବାନ ଶୋପିୟା ଅଞ୍ଚଳରୁ ନିଖୋଜ ହୋଇଯାଇ ଥିଲା। ସେତେବେଳେ ମୀର ଇଦରିସ ସୁଲତାନ ନାମକ ଏହି ଯବାନଙ୍କ ସହ ସ୍ଥାନୀୟ ୨ ଅଞ୍ଚଳବାସୀ ମଧ୍ୟ ଥିଲେ। ସେମାନେ ମଧ୍ୟ ଉକ୍ତ ଦିନଠାରୁ ନିଖୋଜ ଥିବା ପୁଲିସ ସୂଚନା ଦେଇଛି। ମୀରଙ୍କ ସମ୍ପର୍କିୟ ତା’ର ନିଖୋଜ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପରେ ଏହି ଯବନାଙ୍କ ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିବାର ଏକ ଫଟୋ ସୋସିଆଲ ମିଡିଆରେ ଦୃଶ୍ୟମାନ ହୋଇଥିଲା। ଏହି ଫଟୋ ଦେଖିବା ପରେ ମୀର ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ସନ୍ଦେହ କରାଯାଉଛି। ମୀର ବିହାର ୧୨ଜକଲୀରେ ଜଣେ ସୈନ୍ୟ ଭାବରେ କାର୍ଯ୍ୟରତ ଥିଲେ। ଗୁରୁବାର ସେ ଛୁଟି ନେଇ ଶୋପିୟାସ୍ଥିତ ସାଫନାଗରେ ଥିବା ତାଙ୍କ ଘରକୁ ଯାଇଥିଲେ। ମୀର ଝାଡ଼ଖଣ୍ଡରେ କାର୍ଯ୍ୟରତ ଥିଲେ ବୋଲି ସେନା ପକ୍ଷରୁ କୁହାଯାଇଛି। ଚଳିତ ମାସରେ ତାରିଖ ଏ ହୁରିଏତ୍‌ ନାମକ ସଂଗଠନ ମୁଖ୍ୟ ମହମ୍ମଦ ଅଶରଫ ସହରାଇଙ୍କ ଝିଅର ଅନୁରୂପ ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହୋଇଥିଲା। ସେ ଘରୁ ନମାଜ ପଢିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଘର ଲୋକେ ସ୍ଥାନୀୟ ଥାନାରେ ନିଖୋଜ ରିପୋର୍ଟ ଦେବାର କିଛି ଦିନ ପରେ ସୋସିଆଲ ସାଇଟରେ ଉକ୍ତ ଝିଅ ହାତରେ ଏକେ ୪୭ ଧରି ଛିଡ଼ା ହୋଇଥିବା ଫଟୋ ଭାଇରାଲ ହୋଇଥିଲା। ମୀର ଇଦରିସ ଆତଙ୍କବାଦୀ ସଂଗଠନରେ ସାମିଲ ହେବା ଖବର ପ୍ରଚାରିତ ହେବା ପରେ ସୁରକ୍ଷା କର୍ମୀମାନେ ସତର୍କ ହୋଇ ପଡ଼ିଛନ୍ତି। ବିଗତ କିଛି ଦିନ ମଧ୍ୟରେ ସୀମାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଶ୍‌ ବୃଦ୍ଧି ପାଇଛି। ଏହା ସତ୍ତ୍ୱେ ହିଜବୁଲ ମୁଜାହିନ୍ଦୀନ ଓ ଜୈସ ଏ ମହମ୍ମଦ ସଂଗଠନ ସେମାନଙ୍କ କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ଆସି ନାହିଁ। ପାଲଟା ସେମାନେ ସୋସିଆଲ ମିଡିଆ ମଧ୍ୟମରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ସଂଗଠନରେ ସାମିଲ କରିବା ପ୍ରକ୍ରିୟାକୁ ବୃଦ୍ଧି କରିଦେଇଛନ୍ତି। ୨୦୧୧ରେ ମୋଟ୍‌ ୨୩ଜଣ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଇ ଥିଲା। ହେଲେ ୨୦୧୭ରେ ଏହା ବୃଦ୍ଧି ପାଇଁ ୧୦୦ରୁ ଊର୍ଦ୍ଧ୍ବରେ ପହଞ୍ଚି ଯାଇଛି।

Leave A Reply