BJD Bijuli 480×75 Mob

ହାଜତ ମୃତ୍ୟୁ: ଥାନାର ସମସ୍ତ କର୍ମଚାରୀଙ୍କ ନାମରେ ମାମଲା

BJD Bijuli 480×75 Mob
0

ଆଗ୍ରା: ଏକ ହାଜତ ମୃତ୍ୟୁ ମାମଲାରେ ଆଗ୍ରା ସହରର ସିକନ୍ଦରା ଥାନାର ସମସ୍ତ କର୍ମଚାରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଜଣେ ୩୨ବର୍ଷିୟ ଯୁବକଙ୍କୁ ଥାନାରେ ପୁଲିସ ଏତେ ମାତ୍ରାରେ ଶାରୀରିକ ନିର୍ଯ୍ୟାତନା ଦେଇଥିଲା ଯେ, ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ଉକ୍ତ ଯୁବକଙ୍କ ୫୫ବର୍ଷୀୟା ମା’ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହି ଘଟଣାରେ ଥାନା ଅଧିକାରୀ ତଥା ଇନ୍ସପେକ୍ଟର ଓ ୨ଜଣ ସବ ଇନ୍ସପେକ୍ଟରଙ୍କୁ ନିଲମ୍ବନ କରାଯାଇଛି।
ମୃତକ ହେମନ୍ତ କୁମାର ଗୁପ୍ତା ଓରଫ୍‍ ରାଜୁଙ୍କୁ ଗେଲାନା ରୋଡସ୍ଥିତ ନରେନ୍ଦ୍ର ଏନକ୍ଲେଭଠାରେ ଥିବା ଭଡ଼ା ଘରୁ ବୁଧବାର ସନ୍ଧ୍ୟାରେ ପୁଲିସ ଉଠେଇ ନେଇଥିଲା। ପଡ଼ୋଶୀଙ୍କ ଘରୁ ୭ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଚୋରି ଅଭିଯୋଗରେ ପୁଲିସ ରାଜୁକୁ ଉଠାଇ ନେଇଥିଲା। ରାଜୁଙ୍କ ମା’ ରିନୁଲତାଙ୍କ ସୂଚନା ଅନୁଯାୟୀ ପଡ଼ୋଶୀ ଅନସୁଲଙ୍କ କେମିକାଲ ଦୋକାନରେ ରାଜୁ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସନ୍ଧ୍ୟାରେ ଅନସୁଲଙ୍କ ଘରୁ ୭ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଚୋରି ଅଭିଯୋଗରେ ରାଜୁଙ୍କୁ ପ୍ରଚଣ୍ଡ ମାଡ଼ ମାରିବା ସହ ପରେ ପୁଲିସକୁ ହସ୍ତାନ୍ତର କରାଯାଇ ଥିଲା। ପରେ ପୁଲିସ ରାଜୁକୁ ହାଜତରେ ଭର୍ତ୍ତି କରିଦେଇ ତାଙ୍କ ମା’ଙ୍କ ସମ୍ମୁଖରେ ଲାଠି ମାଡ଼ କରିଥିଲେ। ରାଜୁଙ୍କ ପିତା ଷ୍ଟେଟ ବ୍ୟାଙ୍କରେ ମ୍ୟାନେଜର ଥିବାବେଳେ ରାଜୁ ମାନସିକ ଭାବେ ସାମାନ୍ୟ ଭିନ୍ନକ୍ଷମ ଥିଲା। ୨୦୦୧ରେ ପିତାଙ୍କ ମୃତ୍ୟୁ ପରେ ମା’ ଓ ପୁଅ ଏକ ଭଡ଼ା ଘରେ ବସବାସ କରୁଥିଲେ। ରେନୁଙ୍କ ଅନ୍ୟ ଦୁଇ ଝିଅ ଦିଲ୍ଲୀ ଓ ବୃନ୍ଦାବନରେ ବିବାହ କରି ରହୁଛନ୍ତି। ଗୁରୁବାର ସକାଳେ ରେନୁଙ୍କୁ ପୁଲିସ ଥାନାକୁ ନେଇ ଯାଇଥିଲେ। ପୁଲିସ ମାଡ଼ରେ ରାଜୁର ମୃତ୍ୟୁ ଅପରାହ୍ଣ ସୁଦ୍ଧା ହୋଇଯାଇଥିବା ରେନୁ ଅଭିଯୋଗ କରିଥିଲେ। ସନ୍ଧ୍ୟାରେ ରେନୁଙ୍କୁ ପୁଲିସ ଘରକୁ ପଠାଇ ଦେଇଥିଲା। ରାଜୁର ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ତାଙ୍କ ଶରୀରର କାନ୍ଧ, ଗୋଡ଼ ଓ ହାତରେ କ୍ଷତ ଚିହ୍ନ ଥିଲା।
ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏସପି ଅମୀତ ପାଠକ ଥାନାର ଇନ୍ସପେକ୍ଟର ଋଷିପାଲ, ସବଇନ୍ସପେକ୍ଟର ଅନୁଜ ସିରୋହି ଓ ତେଜବୀର ସିଂହଙ୍କ ସମେତ ଥାନାର ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏହି ମାମଲାରେ ରାଜୁଙ୍କ ପଡ଼ୋଶୀ ଅନସୁଲ ପ୍ରତାପ ସିଂହ ଓ ତାଙ୍କ ଭାଇ ବିବେକ ସିଂହଙ୍କୁ ମଧ୍ୟ ଗିରଫ କରାଯାଇଛି।

Leave A Reply