ସୋମବାର ରାଶିଫଳ
ମେଷ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସତ୍ସଙ୍ଗୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ।
ବୃଷ: ସାଧନାରେ ସିଦ୍ଧି ଲାଭ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବେ। କାର୍ୟ୍ୟରେ ବାଧା ଉପୁଜି ପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।
ମିଥୁନ: ଅସାଧ୍ୟ ସାଧନ ପାଇଁ ଶକ୍ତି ପ୍ରୟୋଗ କରିବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାକୁ ଆଦରି ନେଇପାରନ୍ତି। ଶାନ୍ତ ଓ ଧୈର୍ୟ୍ୟବାନ୍ ହେବେ। ନିଜ ସାଧନ ପାଇଁ ମନରେ ଗର୍ବଭାବ ବହନ କରିପାରନ୍ତି। ପତ୍ନୀଙ୍କ ସହାୟତା ଲାଭପ୍ରଦ ହେବ।
କର୍କଟ: ହାତଛଡ଼ା ହୋଇଥିବା କାର୍ଯ୍ୟ ପୁଣି ହସ୍ତଗତ ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳବାନ୍ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ।
ସିଂହ: ଯୋଗାଯୋଗରେ ସଫଳତା ମିଳିବ। ପ୍ରତ୍ୟେକ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଉଦ୍ୟମ ଜାରି ରଖିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବିଭିନ୍ନ ଦିଗରୁ ଅର୍ଥ ଆସିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ସୁଖୀ ହେବେ।
କନ୍ୟା: ଉଦାର ସ୍ୱଭାବର ହୋଇପାରନ୍ତି। ଜଣେ ଦାନଶୀଳ ବ୍ୟକ୍ତିଭାବେ ଅଞ୍ଚଳରେ ଖ୍ୟାତି ସମ୍ପନ୍ନ ହେବେ। ବ୍ୟକ୍ତିତ୍ୱର ବିକାଶ ଘଟିବ। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହୋଇପାରନ୍ତି। ବୁଦ୍ଧିମାନ୍ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ତୁଳା: ମନ ପ୍ରସନ୍ନ ରହିବ। ଆସ୍ତିକ ପ୍ରକୃତିର ହୋଇପାରନ୍ତି। ମଧୁରଭାଷୀ, ମେଳାପୀ, ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ବିଛା: ଚିନ୍ତାମୁକ୍ତ ହୋଇପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟା ପ୍ରେମୀ ହେବେ। ସସ୍ତ୍ରୀକ ଆନନ୍ଦ ଉପଭୋଗ କରିପାରନ୍ତି। ମିତ୍ର ସୁଖ ମିଳିବ। ବିଦେଶ ଯିବାକୁ ଇଚ୍ଛା କରିବେ। ଧନାଗମ ହେବ।
ଧନୁ: ପରିବାରର କଲ୍ୟାଣ ଭାଜନ ହେବେ। ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟଭାର ଉତ୍ସାହପଦ ହେବ। ଐଶ୍ୱର୍ୟ୍ୟଯୁକ୍ତ ହୋଇପାରନ୍ତି। ଯୁଦ୍ଧ ବା ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।
ମକର: ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ଚଞ୍ଚଳମନା ହେବେ। ମଧୁରଭାଷୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ହେବେ। ଜ୍ଞାନ ଗରିମାମୟ ହୋଇପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ। କ୍ରୋଧୀ ହୋଇପାରନ୍ତି।
କୁମ୍ଭ: ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳମନା ହେବେ। ବିଭାଗୀୟ ସ୍ତରରେ ସମ୍ମାନିତ ହୋଇପାରନ୍ତି। କରିତ୍କର୍ମା ହେବେ। ସତ୍ୟ ଧର୍ମକୁ ଆପଣେଇବେ।
ମୀନ: କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ପ୍ରଦୀପ ଭଳି ଜଳି ଅନ୍ୟକୁ ଆଲୋକ ଦାନ କରିପାରନ୍ତି। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ଯଶସ୍ୱୀ ହୋଇପାରନ୍ତି।
Comments are closed.