nua o banner

ସିଆରପିଏଫ ବସ ଉପରେ ମାଓବାଦୀ ଆକ୍ରମଣ: ୨ମୃତ;୨୮ଗୁରୁତର

BSKY banner  750×100
0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛତିଶଗଡ଼ ଗସ୍ତ ପୂର୍ବରୁ ବୀଜାପୁରଠାରେ ମାଓବାଦୀଙ୍କ ଦ୍ୱାରା ସିରିଆଲ ବ୍ଲାଷ୍ଟ କରାଯାଇଛି। ଏହି ବିସ୍ଫୋରଣ ଦ୍ୱାରା ବୀଜାପୁର ମୁଖ୍ୟ ରାସ୍ତା କ୍ଷତିଗ୍ରସ୍ତ ହେବା ସହ ସିଆରପିଏଫର ଏକ ବସ ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଆକ୍ରମଣରେ ୨ଯବାନଙ୍କ ମୃତୁ୍ୟ ହୋଇଥିବାବେଳେ ୨୮ଜଣ ଗୁରୁତର ଆହତ ହୋଇଛନ୍ତି।
ମାଓବାଦୀମାନେ ୨ଟି ପୃଥକ ଇଆଇଡି ଦ୍ୱାରା ଏହି ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣ ପରେ ମଧ୍ୟ ମାଓବାଦୀ ଓ ସିଆରପିଏଫ ୮୫ବାଟାଲିୟନଙ୍କ ମଧ୍ୟରେ ଗୁଳି ବିନିମୟ ଲାଗି ରହିଥିଲା। ବୀଜାପୁରର ମହାଦେବ ଘାଟି ଓ ଚିନ୍ନାବୋଡ଼କେଲ ଅଞ୍ଚଳର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ବିସ୍ଫୋରଣ କରାଯାଇ ଥିଲା। ମାଓବାଦୀଙ୍କ ଏହି ଆକ୍ରମଣ ଦ୍ୱାରା ଯବାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କରାଯାଇ ଥିଲା। ତେବେ ସେ ସମୟରେ ଉକ୍ତ ବସରେ କେହି ନଥିବାରୁ ମାଓବାଦୀଙ୍କ ଏହି ଯୋଜନା ଭଣ୍ଡୁର ହୋଇଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪ଏପ୍ରିଲରେ ବୀଜାପୁରଗସ୍ତରେ ଯାଉଛନ୍ତି। ମାଓ ପ୍ରଭାବିତ ବୀଜାପୁରରେ ପ୍ରଧାନମନ୍ତ୍ରୀ ପାନୀୟଜଳ ସମସ୍ୟାକୁ କେନ୍ଦ୍ର କରି ସେଠାକାର ୪୦ ପରିବାର ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply