www.samajalive.in
Saturday, December 13, 2025
27.1 C
Bhubaneswar

ସମବାୟ ସମିତି ପକ୍ଷରୁ ସଚେତନତା କର୍ମଶାଳା

ଗଞ୍ଜାମ: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ସ୍ଥିତ ଯୁବଜ୍ୟୋତି ଯୁବ ସଂସଦ ଠାରେ କୁକୁଡ଼ାଖଣ୍ଡି ସେବା ସମବାୟ ସମିତି ଆନୁକୂଲ୍ୟରେ ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ସଭାପତି କୈଳାସ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଦସ୍ୟ ବୃନ୍ଦାବନ ଖଟେଇ, ବିଧାୟକ ପ୍ରତିନିଧି ସନ୍ତୋଷ ଚୌଧୁରୀ, ବିସିସି ବ୍ୟାଙ୍କ ଶାଖା ଅଧିକାରୀ ସ୍ନିଗ୍ଧା ପଣ୍ଡା, ଏସଆରସି ଏସ.ଏନ ପାତ୍ର, ମ୍ୟାନେଜର ଶଶି ପଟ୍ଟନାୟକ, ଶିବ ପ୍ରସାଦ ଦୋରା, କେ.ମଣିବାବୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ସୁବିଧା ପାଇଁ ପ୍ରଣୀତ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ । ଏଥିସହ ଚାଷୀ ମାନଙ୍କର କିଭଳି ବିକାଶ ହୋଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଚାଷୀଙ୍କୁ ୨ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ସମବାୟ ସମିତି ପ୍ରତିଶ୍ରୁତିବଦ୍ଧ ବୋଲି ଏହି ଅବସରରେ ସମିତି ପକ୍ଷରୁ କୁହାଯାଇଛି । ସମ୍ପାଦକ ସମୀର ପଣ୍ଡା କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ବୈଠକରେ ନିତ୍ୟାନନ୍ଦ ଦଳାଇ, ଭବାନୀ ଶଙ୍କର ବିଶ୍ୱାଳ, ଗୋବିନ୍ଦ ଦାସ,ସତ୍ୟ ନାରାୟଣ ସାହୁ ଓ ଏ.ଚେନେୟାଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories