www.samajalive.in
Sunday, December 14, 2025
14.1 C
Bhubaneswar

ଶ୍ରୀଲଙ୍କାରେ ଦଙ୍ଗା; ୧୦ଦିନ ଜରୁରିକାଳୀନ ସ୍ଥିତି ଘୋଷଣା

କଲମ୍ବୋ: ମୁସଲିମ ଓ ବୌଦ୍ଧ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ନେଇ ଶ୍ରୀଲଙ୍କା ସରକାର ମଙ୍ଗଳବାର ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହି ସ୍ଥିତି ଆସନ୍ତା ୧୦ ଦିନ ପାଇଁ ବଳବତ୍ତର ରହିବ। ଦଙ୍ଗା ଉଗ୍ରରୂପ ନେଉଥିବାରୁ ଏହା ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ, ସେଥିଲାଗି ଦେଶରେ ଜରୁରିକାଳୀନ ସ୍ଥିତି ଜାରି କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ଗତ କିଛିବର୍ଷ ହେଲା ଶ୍ରୀଲଙ୍କାରେ ଏହି ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଜାରି ରହିଛି। ବୌଦ୍ଧଧର୍ମୀଙ୍କ ଅଭିଯୋଗ ଅନୁସାରେ, ମୁସଲମାନମାନେ ସେମାନଙ୍କୁ ବଳପୂର୍ବକ ଧର୍ମାନ୍ତିକରଣ କରାଇ ମୁସଲମାନ ଧର୍ମରେ ଦିକ୍ଷୀତ କରାଉଛନ୍ତି। ଏଥିସହ ବୌଦ୍ଧ ଐତିହ୍ୟପୂର୍ଣ୍ଣ ବୌଦ୍ଧ ସ୍ମାରକୀଗୁଡ଼ିକ ମଧ୍ୟ ଭଙ୍ଗାରୁଜା କରୁଥିବା ଅଭିଯୋଗ ହୋଇଛି। ଫଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଅଧିକରୁ ଅଧିକ ତିକ୍ତ ହେବାରେ ଲାଗିଛି। ଦଙ୍ଗାକୁ ନିୟନ୍ତ୍ରଣ ଲାଗି ଆଜି କ୍ୟାବିନେଟ ବୈଠକ ଡକାଯାଇ ଜରୁରିକାଳୀନ ସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ହୋଇଥିଲା। ଅପରପକ୍ଷରେ ଦଙ୍ଗାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ନିର୍ଦେଶ ଦେଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories