www.samajalive.in
Saturday, December 6, 2025
19.1 C
Bhubaneswar

ଶାବରୀମାଳା ବିବାଦ: ମୁକ୍ତ ଅଦାଲତରେ ହେବ ୪୯ଟି ସମୀକ୍ଷା ଆବେଦନର ଶୁଣାଣି

ନୂଆଦିଲ୍ଲୀ : ଶାବରୀମାଳା ବିବାଦକୁ ନେଇ ଦାଖଲ କରାଯାଇଥିବା ସମସ୍ତ ୪୯ଟି ସମୀକ୍ଷା ଆବେଦନର ଶୁଣାଣି ୨୦୧୯ ଜାନୁଆରୀ ୨୨ରେ ମୁକ୍ତ ଅଦାଲତରେ ହେବ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦେଶ ଦେଇଛନ୍ତି। କେରଳସ୍ଥିତ ପୁରାତନ ଶାବରୀମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିବା ସମ୍ବନ୍ଧୀୟ ରାୟର ସମୀକ୍ଷା ଲାଗି ଏହି ଆବେଦନ କରାଯାଇଛି। ଏଥିମଧ୍ୟରୁ ୪୮ଟି ଆବେଦନ ଉପରେ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଆର୍‍. ଏଫ୍‍. ନରିମନ, ଏ.ଏମ୍‍. ଖାନ୍‍ୱିଲକର, ଡି.ୱାଇ. ଚନ୍ଦ୍ରଚୂଡ ଏବଂ ଇନ୍ଦୁ ମଲହୋତ୍ରାଙ୍କ ୫ ଜଣିଆ ପୀଠ ନିଜ ପ୍ରକୋଷ୍ଠରେ ବିଚାର କରିଛନ୍ତି। ପ୍ରଧାନ ବିଚାରପତି ଗୋଗୋଇ କହିଛନ୍ତି, ଅଦାଲତ ସମୀକ୍ଷା ଆବେଦନ ଖାରଜ କଲେ ରିଟ୍‍ ପିଟିସନର ଶୁଣାଣି କରିବାକୁ ହେବ; କିନ୍ତୁ ଯଦି ସମୀକ୍ଷା ଆବେଦନର ଶୁଣାଣି କରାଯାଏ ତା’ହେଲେ ମୌଳିକ ଅଧିକାର ଉଲ୍ଲଙ୍ଘନ ନେଇ ଦାଖଲ କରାଯାଇଥିବା ରିଟ୍‍ ପିଟିସନ୍‍ର ଶୁଣାଣି ଏହା ସହିତ ହୋଇପାରିବ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳ କଂଗ୍ରେସ ସ୍ୱାଗତ କରିଛି। ଏହି ନିଷ୍ପତ୍ତି ପ୍ରକାଶ ପାଇବା ପରେ ଆୟପ୍ପା ଭକ୍ତମାନେ ବିଜୟ ଉତ୍ସବ ପାଳନ ପୂର୍ବକ ଶୋଭାଯାତ୍ରା କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ସେପ୍ଟେମ୍ବର ୨୮ରେ ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ପୀଠ ୪:୧ ମତାଧିକ୍ୟ ଭିତ୍ତିରେ ଶାବରୀମାଳା ମନ୍ଦିରରେ ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରିଥିଲେ। ଏହି ରାୟ ବିଳ୍ପବାତ୍ମକ ବୋଲି ଦର୍ଶାଇ ନ୍ୟାସନାଲ ଆୟପ୍ପା ଭକ୍ତ ସଂଘ ପକ୍ଷରୁ ଏକ ସମୀକ୍ଷା ଆବେଦନ ହୋଇଛି। ଅନ୍ୟପଟେ ଶାବରୀମାଳାର ଆରାଧ୍ୟ ଭଗବାନ ଆୟପ୍ପା ବ୍ରହ୍ମଚାରୀ ହୋଇଥିବାରୁ ତାଙ୍କ ମନ୍ଦିରରେ ପ୍ରଜନନକ୍ଷମ ମହିଳାଙ୍କ ପ୍ରବେଶ ପୁରାତନ କାଳରୁ ନିଷେଧ କରାଯାଇଛି। ଏଣୁ ଏହି ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ୍କ ମହିଳାମାନଙ୍କ ପ୍ରବେଶ ନେଇ ଥିବା କଟକଣା ଯଥାର୍ଥ ବୋଲି ଅନ୍ୟ କେତେକ ସଂସ୍ଥା ନିଜ ସମୀକ୍ଷା ଆବେଦନରେ ଦର୍ଶାଇଛନ୍ତି। ଅନ୍ୟପଟେ ଶାବରୀମାଳା ପ୍ରସଙ୍ଗକୁ ନେଇ ବିଜେପି ଯୋଜନାବଦ୍ଧ ଉତ୍ତେଜନା ସୃଷ୍ଟି କରିଛି ବୋଲି ବକ୍ତବ୍ୟ ଦେଇ ଗିରଫ ହୋଇଥିବା ଦଳର ରାଜ୍ୟ ସଭାପତିଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ହେବ ନାହିଁ ବୋଲି ରାଜ୍ୟ ସରକାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories