www.samajalive.in
Friday, December 5, 2025
20.1 C
Bhubaneswar

ଶକ୍ତିର ଅପଚୟ ରୋକା ନ ଗଲେ ସ୍ଥିତି ଜଟିଳ ହେବ : ସଚିବ

ଭୁବନେଶ୍ବର: ଆମର ପ୍ରାକୃତିକ ଶକ୍ତି ଉତ୍ସ ଅବକ୍ଷୟଶୀଳ। ସବୁଦିନ ପର୍ଯ୍ୟନ୍ତ ଏହା ଆମକୁ ମିଳିବ ନାହିଁ। ଯଦି ଆମେ ଏବେ ଠାରୁ ଶକ୍ତି ସଂଚୟ ପାଇଁ ସଚେତନ ନ ହେବା ତେବେ ଆଗକୁ ସ୍ଥିତି ବେଶ୍ ଜଟିଳ ହେବ ବୋଲି ଶକ୍ତି ବିଭାଗ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି। ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଜୟଦେବ ଭବନ ଠାରେ ଅନୁଷ୍ଠିତ କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଶର୍ମା କହିଥିଲେ ଯେ ଆମର ଜୀବନଶୈଳୀ ଏପରି ହୋଇଛି, ପ୍ରତ୍ୟେକ କ୍ଷେତ୍ରରେ ଇନ୍ଧନ ଓ ବିଦ୍ୟୁତ ଶକ୍ତିର ଆବଶ୍ୟକତା ପଡୁଛି। ବିଦ୍ୟୁତ ଶକ୍ତି ଉପରେ ଆମର ନିର୍ଭରଶୀଳତା ବଢ଼ି ବଢ଼ି ଚାଲିଛି। ତେବେ ଏହାର ପ୍ରଭାବରେ ଗୋଟିଏ ପଟେ ପ୍ରାକୃତିକ ଶକ୍ତି ଅବକ୍ଷୟ ହୋଇ ଚାଲିଥିବା ବେଳେ ଅନ୍ୟପଟେ ପରିବେଶ ଅନୁପଯୋଗୀ ହୋଇ ଚାଲିଛି। ଜୈବ ଇନ୍ଧନ, କୋଇଲା, ପେଟ୍ରୋଲ ବିଦ୍ୟୁତ ଶକ୍ତିର ବହୁଳ ଉପଯୋଗ ଫଳରେ ପରିବେଶ ପ୍ରଦୂଷିତ ହୋଇ ଚାଲିଛି। ବିଶ୍ବ ତାପମାତ୍ରା ବୃଦ୍ଧି ପାଇବାରୁ ବିପର୍ଯ୍ୟୟ ଦେଖା ଯାଉଛି। ତେଣୁ ଏ ସମସ୍ତ ଦିଗକୁ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି।
ଆମେ ଆମ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ସହ ଆଗାମୀ ପିଢ଼ୀ ପାଇଁ ଶକ୍ତି ସଂଚୟ କରିବା ଜରୁରୀ ବୋଲି ସେ କହିଥିଲେ। ରାଜ୍ୟ ଶକ୍ତି ବିଭାଗ ଅଧିନସ୍ଥ ରାଜ୍ୟ ପରିବେଶ ଅନୁଶୀଳନ କେନ୍ଦ୍ର ଓ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟର ବିଇଇ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବେଶ ଅନୁଶୀଳନ କେନ୍ଦ୍ରର ନିର୍ଦେଶକ ଡ଼ଃ ଆଶୁତୋଷ ଦେବତା, ସ୍ବତନ୍ତ୍ର ଶାସନ ସଚିବ ସଂଗ୍ରାମ କେଶରୀ ସ୍ବାଇଁ, ବିଦ୍ୟୁତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀରାଜ କୁମାର ମିଶ୍ର ପ୍ରମୁଖ ଶକ୍ତି ସଂରକ୍ଷଣର ଉପାଦେୟତା ଓ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଶକ୍ତି ସଂରକ୍ଷଣ ଦିଗରେ ପଦକ୍ଷେପ ନେଇଥିବାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ବିଭିନ୍ନ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଶକ୍ତି ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସକାଳେ କଳିଙ୍ଗ ଷ୍ଟାଡିୟମ୍ ଠାରେ ଶ୍ରୀ ଶର୍ମା ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories