www.samajalive.in
Saturday, December 6, 2025
14.1 C
Bhubaneswar

ରାହୁଲ୍‍ ପାଇରେଟେଡ୍‍ ଲାପ୍‍ଟପ୍‍: ନକ୍‍ଭି

ରାଞ୍ଚି: ରାହୁଲ୍‍ ଗାନ୍ଧି ଏକ ପାଇରେଟେଡ୍‍ ଲାପ୍‍ଟପ୍‍। ତାଙ୍କ ଭିତରେ କେବଳ ନକଲି ଓ ଭୁଲ୍‍ ଶବ୍ଦ ରହିଛି। ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ମୁକ୍‍ତାର ଆବାସ୍‍ ନକ୍‍ଭି। ବିଜେପି ବିରୋଧରେ ପ୍ରସ୍ତାବିତ ମହାମେଣ୍ଟକୁ ଏକ ବଡ଼ ବେଲୁନ୍‍ ସହିତ ତୁଳନା କରି ୨୦୧୯ ପୂର୍ବରୁ ତାହା ଫାଟିଯିବ ବୋଲି ସେ କହିଛନ୍ତି।
ଝାଡ଼ଖଣ୍ଡରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ଅବସରରେ ନକ୍‍ଭି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ମୁଦ୍ରାସ୍ଫୀତି ୧୧ %ରୁ ୪%କୁ ହ୍ରାସ ପାଇଛି। ଶସ୍ୟ ଓ ତୈଳମୂଲ୍ୟ ନିୟନ୍ତ୍ରଣାଧୀନ ରହିଛି। ସାର ଓ ଡିଜେଲ୍‍ ପାଇବା ପାଇଁ ଚାଷୀଙ୍କୁ ଆଉ ଧାଡ଼ି ବାନ୍ଧି ଠିଆ ହେବାକୁ ପଡ଼ୁନାହିଁ। ନିବେଶକଙ୍କ ବିଶ୍ୱାସ ଦୃଢ଼ ହୋଇଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଦ୍ରୁତ ଉନ୍ନତି ଘଟୁଛି। ତେଣୁ ୨୦୧୯ରେ ଏନ୍‍ଡିଏ ପୁଣି କ୍ଷମତାକୁ ଫେରିବ। ଏହା ଏକପ୍ରକାର ସ୍ପଷ୍ଟ ହୋଇସାରିବା ପରେ ବିରୋଧୀ ଦଳ ଏକତା ନାମରେ ମେଣ୍ଟ ଗଠନ କରିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ତାହା ପ୍ରଭାବହୀନ ହେବ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories