www.samajalive.in
Saturday, December 6, 2025
14.1 C
Bhubaneswar

ରାଫେଲ୍‍ ବିବାଦ: ତଥ୍ୟ ଦେବେନି କେନ୍ଦ୍ର ସରକାର

ନୂଆଦିଲ୍ଳୀ: ରାଫେଲ୍‍ ଫାଇଟର ଜେଟ୍‍ ଚୁକ୍ତି ବିବାଦ କ୍ରମଶଃ ଘନେଇବାରେ ଲାଗିଛି। ଚୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ଆସିବା ପରେ ମାମଲା ସୁପ୍ରିମକୋର୍ଟକୁ ଯାଇଛି। ରାଫେଲ୍‍ କ୍ରୟ ପାଇଁ କେତେ ଟଙ୍କା ବ୍ୟୟବରାଦ କରାଯାଇଛି ସେ ସମ୍ପର୍କରେ ୧୦ ଦିନ ମଧ୍ୟରେ ବନ୍ଦ ଲଫାଫାରେ ସତ୍ୟପାଠ ମାଧ୍ୟମରେ ଜଣାଇବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ସେଭଳି କୌଣସି ତଥ୍ୟ ଦାଖଲ କରିବେ ନାହିଁ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ପ୍ରତିରକ୍ଷା ଗୋପନୀୟତା ଦୃଷ୍ଟିରୁ ଚୁକ୍ତି ସମ୍ପର୍କିତ ତଥ୍ୟ ଦାଖଲ ସମ୍ଭବ ନୁହେଁ ବୋଲି ଆଟର୍ଣ୍ଣ ଜେନେରାଲ୍‍ କେ କେ ଭେଣୁଗୋପାଳ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କୁ କହିଥିଲେ। ଏହାର ଉତ୍ତରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ ଯେ ଚୁକ୍ତିର ସବିଶେଷ ବିବରଣୀ ନ ହେଲେ ମଧ୍ୟ ରାଜକୋଷରୁ କେତେ ଟଙ୍କା ବ୍ୟୟ କରାଯିବ ସେ ସମ୍ପର୍କିତ ତଥ୍ୟ ଦାଖଲ କରିବାରେ ଅସୁବିଧା ନାହିଁ।
ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆସିବାର କିଛି ସମୟ ପରେ ଜନୈକ ସରକାରୀ ଅଧିକାରୀ କହିଛନ୍ତି ଯେ ରାଫେଲ୍‍ ଚୁକ୍ତି ବ୍ୟୟବରାଦ ସମ୍ପର୍କିତ ତଥ୍ୟ ଉପସ୍ଥାପନ କଲେ ତାହା ସୂଚନା ଅଧିକାର ଆଇନ ବଳରେ ସାର୍ବଜନୀନ ହେବାର ଆଶଙ୍କା ରହିଛି। ଯଦି ଏହି ତଥ୍ୟ ଶତ୍ରୁ ଦେଶଙ୍କ ହାତରେ ପଡ଼େ ତେବେ ଦେଶର ସାମରିକ ଓ ପ୍ରତିରକ୍ଷା ପ୍ରତି ବିପଦ ସୃଷ୍ଟି ହେବ। ଯଦି ନିତାନ୍ତ ଆବଶ୍ୟକ ହୁଏ ତେବେ କେବଳ ଖଣ୍ଡପୀଠଙ୍କ ଦେଖିବା ଲାଗି ଏହି ତଥ୍ୟ ଉପସ୍ଥାପନ କରାଯାଇପାରେ। ଆବେଦନକାରୀଙ୍କୁ ହାତକୁ ଯେପରି ସେହି ତଥ୍ୟ ଯିବ ନାହିଁ ତାହା ସୁନିଶ୍ଚିତ କରିବା ପରେ ହିଁ ଖଣ୍ଡପୀଠଙ୍କ ନିକଟରେ ତଥ୍ୟ ଦାଖଲ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories