www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା; ୧୬.୯୧ଲକ୍ଷ ହିତାଧିକାରୀଙ୍କ ପାଇଁ ଦୁଇମାସର ଚାଉଳ ଯୋଗାଣ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାର ଏକକାଳୀନ ଦୁଇମାସର ଚାଉଳ ଯୋଗାଇ ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ହିତାଧିକାରୀମାନେ ସୁଲଭ ବିକ୍ରୟ କେନ୍ଦ୍ରରୁ ରିଆତି ମୂଲ୍ୟରେ ଚାଉଳ ସଂଗ୍ରହ କରିବାକୁ କୁହାଯାଇଛି। ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଏହି ଯୋଜନାରେ ୫ଲକ୍ଷ ୯୦ହଜାର ୯୩୪ ପରିବାରର ୧୬ଲକ୍ଷ ୯୦ହଜାର ୯୩୪ ହିତାଧିକାରୀଙ୍କ ପାଇଁ ଚାଉଳ ଯୋଗାଣ କରାଯାଇଛି। କିଲୋ ୧ ଟଙ୍କା ମୂଲ୍ୟରେ ହିତାଧିକାରୀ ମୁଣ୍ଡପିଛା ମାସିକ ୫କିଲୋ ହିସାବରେ ଚାଉଳ ପାଇବେ। ଚାଉଳ ଯୋଗାଣ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ପତ୍ର ଦିଆଯାଇଛି। ଦୁଇମାସ ପାଇଁ ୧ଲକ୍ଷ ୬୯ହଜାର ୬୪ କ୍ୱିଣ୍ଟାଲ ଚାଉଳ ପ୍ରଦାନ କରାଯାଇଛି।
ବିଭାଗ ପକ୍ଷରୁ ମିଳିଥବା ସୂଚନା ଅନୁଯାୟୀ ଗତ ୨ ତାରିଖରୁ ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ଏହି ଯୋଜନାରେ ଏପର୍ଯ୍ୟନ୍ତ ୫ଲକ୍ଷ ୯୦ ହଜାର ୯୩୪ ପରିବାର ଯୋଗ୍ୟ ହିତାଧିକାରୀ ପରିବାର ସାମିଲ ହୋଇଛନ୍ତି। ଏହି ଯୋଜନାରେ ସାମିଲ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଗଞ୍ଜାମ ଜିଲାରେ ସର୍ବାଧିକ ୬୨ହଜାର ୧୨୮ ପରିବାରର ୧ଲକ୍ଷ ୭୯ହଜାର ୩୭୫ ହିତାଧିକାରୀ ଅଛନ୍ତି। ସେହିପରି ଦେବଗଡ଼ ଜିଲାରେ ସର୍ବନିମ୍ନ ୪,୪୮୨ ପରିବାରର ୧୧,୮୫୪ ହିତାଧିକାରୀ ଏହି ସୁବିଧା ପାଇବେ। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାକୁ ଆସୁଥିବା ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଅବ୍ୟାହତ ଥିବାରୁ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଗାନ୍ଧୀ ଜୟନ୍ତୀ ଦିନ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ୨୫ଲକ୍ଷ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ପରିବାରର ୧୮ଲକ୍ଷ ହିତାଧିକାରୀଙ୍କୁ ଏହି ସୁବିଧା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ସେହିଦିନଠାରୁ ଯୋଜନାଭୁକ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯାଉଛି। ଅଧିକ ଚାଉଳର ଆବଶ୍ୟକ ପଡ଼ିଲେ ଅନ୍ୟ ଯୋଜନା ପାଇଁ ମହଜୁଦ ଥିବା ଚାଉଳରୁ ହିତାଧିକାରୀଙ୍କୁ ତାହା ଦେବା ପାଇଁ ନିର୍ଦେଶ ଦିଆଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories