www.samajalive.in
Saturday, December 6, 2025
15.1 C
Bhubaneswar

ରସଗୋଲାକୁ ମିଥ୍ୟା ପ୍ରସଙ୍ଗ କରାଯାଉଛି : ଓଡ଼ିଶା ପୁଲିସ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଭିଜିତ ଆୟର ମିତ୍ର ପ୍ରସଙ୍ଗରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଭୁଲ ରିପୋର୍ଟକୁ ଓଡ଼ିଶା ପୁଲିସ ପକ୍ଷରୁ ଖଣ୍ଡନ କରାଯାଇଛି। ରସଗୋଲାକୁ ନେଇ ଅଭିଜିତ୍‍ ତାଙ୍କ ଟ୍ୟୁଇଟର ଆକାଉଣ୍ଟରେ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଓଡ଼ିଶା ପୁଲିସ ଗିରଫ କରିଛି ବୋଲି ଗଣମାଧ୍ୟମ ଚଳାଇଥିବା ପ୍ରଚାର ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ରସଗୋଲା ସମ୍ପର୍କରେ ହାଲକା ମନ୍ତବ୍ୟ କୌଣସି ମତେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ନୁହେଁ।
ପ୍ରକଶ ଯେ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ କୋଣାର୍କ ମନ୍ଦିର କାରୁକାର୍ଯ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥ, ଓଡ଼ିଶାର କଳା ସଂସ୍କୃତି , ଭାସ୍କର୍ଯ୍ୟ ଏବଂ କେତେକ ଧର୍ମ ଭିତ୍ତିକ ଭାବନାକୁ କ୍ଷୁଣ୍ଣକରି ସମ୍ମାନହାନିଜନକ ଭଳି ଅରୁଚିକର ମନ୍ତବ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବାରୁ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏ ନେଇ ଅଭିଜିତ୍‍ଙ୍କ ବିରୋଧରେ କୋଣାର୍କ ଥାନା ଓ ଭୁବନେଶ୍ୱର ସହିଦନଗର ଥାନାରେ ମାମଲା ରୁଜୁ ହୋଇଥିଲା। ପୁଲିସ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରି ଆଇପିସିର ଧାର ୨୯୫(କ), ୧୫୩(କ) ଓ ୨୮୯ରେ ମାମଲା ରୁଜୁ କରିଥିଲା। ବିଶେଷକରି ଅଭିଜିତଙ୍କ ଈର୍ଷାପରାୟଣ ଓ ମାନହାନି ସୂଚକ ମନ୍ତବ୍ୟ ଶ୍ରୀ ଜଗନ୍ନାଥଙ୍କୁ ବିଶ୍ୱାସ କରୁଥିବା ଲୋକଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ କରିଥିଲା। ସେହିପରି ଅଭିଜିତଙ୍କ ମନ୍ତବ୍ୟ ରାଜ୍ୟର ସାମ୍ପ୍ରଦାୟିକ ସଦଭାବନା, ଶାନ୍ତି ଓ ମୈତ୍ରୀର ବାତାବରଣ ପ୍ରତି ପ୍ରତିକୁଳାତ୍ମକ ଓ କ୍ଷତିକାରକ ଥିଲା ବୋଲି ରାଜ୍ୟ ପୁଲିସ ଉପରୋକ୍ତ ମିଥ୍ୟା ଓ ଅପପ୍ରଚାରର ପ୍ରତିବାଦରେ ଦର୍ଶାଇଛି। ବିଶେଷକରି ରାଜ୍ୟ ପୁଲିସକୁ ବଦନାମ କରିବାକୁ କେତେକ ନ୍ୟସ୍ତସ୍ୱାର୍ଥ ସମ୍ପନ୍ନ ଗୋଷ୍ଠୀ ରସଗୋଲା ଭଳି ଏକ ଭିତ୍ତିହୀନ ପ୍ରସଙ୍ଗକୁ ଆଗକୁ ଆଣି ଏଭଳି ଅପପ୍ରଚାରରେ ଲିପ୍ତ ଥିବା କୁହାଯାଇଛି। ଯାହାଫଳରେ ଅଭିଯୁକ୍ତର ଦୋଷକୁ ଘୋଡ଼ାଯାଇ ଅସଲ ପ୍ରସଙ୍ଗରୁ ତାଙ୍କୁ ଦୂରେଇ ରଖିହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories