ରବିବାର ରାଶିଫଳ

0

ମେଷ: ହଜିଥିବା ଦ୍ରବ୍ୟ ଖୋଜିଲେ ମିଳିବ। ଆଶାବାଦୀ ହୋଇପାରନ୍ତି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ। ଭୁଲ ଖବର ପାଇ ବିବ୍ରତ ହୋଇପାରନ୍ତି। ଚଞ୍ଚଳମନା ହୋଇପାରନ୍ତି। ଧନଯୁକ୍ତ ହେବେ।
ବୃଷ: ବହୁ ଶୁଭଫଳ ଆଶା କରାଯାଏ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ।
ମିଥୁନ: ଭ୍ରାତୃ ସ୍ନେହ ଅତୁଟ ରହିବ। ପଥରୋଧର ସମ୍ମୁଖୀନ ହେବେ। ଚିନ୍ତା ବୃଦ୍ଧି ହେବ। ବାଦାନୁବାଦ ଉପୁଜି ପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହୋଇପାରନ୍ତି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଗୃହରେ ଶାନ୍ତି ବିରାଜମାନ କରିବ।
କର୍କଟ: ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଲାଭଜନକ ହେବ। ଉଚ୍ଚକର୍ତ୍ତୃପକ୍ଷଙ୍କ ସହାୟତାରେ ଉପକୃତ ହେବେ।
ସିଂହ: କର୍ମ ଚଞ୍ଚଳ ରହିବେ। ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି। ଲୋକପ୍ରିୟତା ବୃଦ୍ଧି ପାଇବ। ଚେଷ୍ଟା ଶୁଭଦାୟକ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ବକେୟା ଅର୍ଥକୁ ଆଦାୟ କରିବାରେ ସକ୍ଷମ ହେବେ।
କନ୍ୟା: ଶୁଭକାର୍ଯ୍ୟରେ ଅର୍ଥ ବ୍ୟୟ କରିପାରନ୍ତି। ଆନନ୍ଦ ଉତ୍ସବ ଲାଗି ରହିବ। ଆଳସ୍ୟ ପରାୟଣ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁଖଶାନ୍ତିରେ ସମୟ ବିତିବ। କୀର୍ତ୍ତିମାନ ହେବେ।
ତୁଳା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟରେ ବାଧା, ବିଘ୍ନ ଉପୁଜିବାର ସମ୍ଭାବନା ଅଛି। ଖାଦ୍ୟ-ପେୟରେ ଅନିୟମିତତା ଯୋଗୁଁ ଉଦରପୀଡ଼ା ଅନୁଭବ କରିପାରନ୍ତି। ବ୍ୟୟ ବୃଦ୍ଧି ଘଟିପାରେ; ମାତ୍ର ଭାଗ ବ୍ୟବସାୟ ଲାଭଜନକ ହେବ।
ବିଛା: ଭବିଷ୍ୟତ ପାଇଁ କର୍ମକ୍ଷେତ୍ରରେ ଯୋଜନା ପ୍ରସ୍ତୁତ କରିପାରନ୍ତି। ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ମନରେ ସେବା ଭାବ ଜାଗ୍ରତ ହେବ। କୀର୍ତ୍ତିମାନ ହେବେ। ଯଶସ୍ୱୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହସ-ଖୁସିରେ କାର୍ଯ୍ୟ କରିବେ।
ଧନୁ: ବନ୍ଧୁ ଦର୍ଶନ ମିଳିପାରେ। ଆପଣଙ୍କ କାର୍ଯ୍ୟ କଳାପ ଦେଖି ବିରୋଧୀ ଆପଣାଛାଏଁ ଅପସରି ଯାଇ ପାରନ୍ତି। ନାନା ସୁଖର ଅଧିକାରୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ଆଶାଜନକ ଫଳ ଲାଭ କରିବେ। ଶତ୍ରୁ ନିପାତ କରିବେ।
ମକର: ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଥଣ୍ଡା-କଫଜନିତ ପୀଡ଼ା ଉପୁଜି ପାରେ। ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ଅଜଣା ବ୍ୟକ୍ତିଙ୍କ ସହ ସଂପର୍କ ରଖନ୍ତୁ ନାହିଁ। ଅଯଥା ଠକାମିରେ ପଡ଼ିପାରନ୍ତି।
କୁମ୍ଭ: ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଧର୍ମଧ୍ୱଜା ଉଡ଼ାଇ ପାରନ୍ତି। ଆପଣଙ୍କ ଅନ୍ୟମନସ୍କତାର ସୁଯୋଗ ଅନ୍ୟମାନେ ପାଇବାର ସମ୍ଭାବନା ଅଛି। କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ। ଅର୍ଥ ମିଳିବ।
ମୀନ: ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହୋଇପାରେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ପାରିବାରିକ ସୁଖ ମିଳିବ। ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ। ଗୁରୁଜନଙ୍କ ଠାରୁ ଆଦର ମିଳିବ। ସାଂଗଠନିକ କାର୍ଯ୍ୟରେ ଦକ୍ଷ ହେବ।

Leave A Reply