www.samajalive.in
Monday, December 8, 2025
16.1 C
Bhubaneswar

ଯୁବରାଜ କହିଲେ ମନର କଥା: କୋହଲି ସମର୍ଥନ କରି ନ ଥିଲେ ସେ କ୍ରିକେଟକୁ ଫେରି ପାରି ନ ଥାନ୍ତେ

ଦୀର୍ଘ ନିରବତା ପରେ ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଖେଳାଳି ଯୁବରାଜ ସିଂହ ଖୋଲିଛନ୍ତି ମୁହଁ । କର୍କଟ ରୋଗରୁ ମୁକ୍ତ ହେବା ପରେ ଦଳକୁ ତାଙ୍କର ପ୍ରତ୍ୟାବର୍ତନ କରିବାରେ ବିରାଟ କୋହଲିଙ୍କର ବଡ଼ ଯୋଗଦାନ ରହିଥିଲା । କୋହଲିଙ୍କ ବିନା ସମର୍ଥନରେ ସେ ଦଳକୁ କେବେ ବି ଫେରି ପାରି ନଥାନ୍ତେ ବୋଲି କହିଛନ୍ତି ଯୁବରାଜ ।

- Advertisement -

ଭାରତର ଏହି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଏକଦା ଥିଲେ କ୍ରିକେଟର ସେନ୍ସେସନ । ତାଙ୍କର ଆକାଶଛୁଆଁ ଛକ୍କା ଓ ରକେଟ୍ ଗତିରେ ସୀମା ପାର ହେଉଥିବା ଚୌକା ଦେଖିବାକୁ କ୍ରିକେଟ୍ ପ୍ରଶଂସକମାନେ ବାଉଳା ହୋଇ ଯାଉଥିଲେ । ୨୦୦୭ରେ ଟି-୨୦ ବିଶ୍ଵକପ୍ ଓ ୨୦୧୧ ବିଶ୍ଵକପ୍ ବିଜୟର ନାୟକ ଥିଲେ ଯୁବରାଜ । ମାତ୍ର କର୍କଟ ତାଙ୍କର କ୍ରିକେଟ ଜୀବନ ଉପରେ କଳା ବାଦଲ ଢ଼ାଙ୍କି ଦେଇଥିଲା । ୨୦୧୭ରେ ସେ ୱେଷ୍ଟଇଣ୍ଡିଜ୍ ବିରୋଧରେ ଶେଷ ମ୍ୟାଚ ଖେଳିଥିଲେ । ସେହିବର୍ଷ ଇଂଲଣ୍ଡ ବିପକ୍ଷରେ ତାଙ୍କ କ୍ୟାରିଅରର ଶ୍ରେଷ୍ଠ ସ୍କୋର କରିବାକୁ ସକ୍ଷମ ହୋଇଥିଲେ ।

ପ୍ରାୟ ୩ ବର୍ଷ ପରେ ଯୁବରାଜ ଭାରତୀୟ ଦଳକୁ ଫେରିଥିଲେ । କଟକ​‌ରେ ସେ ଦିନିକିଆ ମ୍ୟାଚରେ ୧୫୦ ରନ୍ ସଂଗ୍ରହ କରି ତାଙ୍କ ପ୍ରତ୍ୟାବର୍ତନର ସଫଳତା ସାବ୍ୟସ୍ତ କରିଥିଲେ । ତାଙ୍କର ଏହି ପ୍ରତ୍ୟାବର୍ତନ ନିମନ୍ତେ ଅଧିନାୟକ କୋହଲି ହିଁ ସମର୍ଥନ କରିଥିଲେ ବୋଲି ନ୍ୟୁଜ୍ ୧୮କୁ ଏକ ସାକ୍ଷାତକାରରେ କହିଛନ୍ତି ଯୁବରାଜ ସିଂହ । ତେବେ ଏହି ଅବସରରେ ସେ ଧୋନିଙ୍କ ସମ୍ପର୍କରେ ମଧ୍ୟ ଟୀପ୍ପଣୀ ଦେଇଛନ୍ତି । ସେ କହିଛନ୍ତି ଏକଦା ଧୋନୀ ତାଙ୍କୁ ବେଶ୍ ଭଲ ପାଉଥିଲେ ଓ  ଦଳରେ ତାଙ୍କର ଭବିଷ୍ୟତ ସମ୍ପର୍କରେ ଚିତ୍ର ଆଗୁଆ ଦେଖାଇ ଦେଇଥିଲେ ।

ଯୁବରାଜ କହିଛନ୍ତି   ଯେତେବେଳେ ମୁଁ ପ୍ରତ୍ୟାବର୍ତ୍ତନ କଲି, ବିରାଟ କୋହଲି ମୋତେ ସମର୍ଥନ କରିଥିଲେ। ଯଦି ସେ ମୋତେ ସମର୍ଥନ କରିନଥାନ୍ତେ ତେବେ ମୁଁ ପ୍ରତ୍ୟାବର୍ତ୍ତନ କରିନଥା’ନ୍ତି । କିନ୍ତୁ ସେତେବେଳେ ଧୋନି ହିଁ ମୋତେ ୨୦୧୯ ବିଶ୍ୱକପ ବିଷୟରେ ସଠିକ୍ ଚିତ୍ର ଦେଖାଇଥିଲେ । ଚୟନକର୍ତାମାନେ ତାଙ୍କୁ ୨୦୧୯ ବିଶ୍ଵକପ ପାଇଁ ମନୋନୀତ କରିବେ ସେ ବିଶ୍ଵାସ ଧୋନୀଙ୍କର ନ ଥିଲା ।

ଯୁବରାଜ ମଧ୍ୟ  ୨୦୧୭ ଚାମ୍ପିଅନ୍ସ ଟ୍ରଫି ଦଳର ସଦସ୍ୟ ଥିଲେ । ଏହି ପ୍ରତିଯୋଗୀତାରେ ସେମାନେ ଭଲ ପ୍ରଦର୍ଶନ କରି ପାରି ନ ଥିଲେ । ପାକିସ୍ଥାନ ବିରୋଧରେ ୫୩ ରନ୍ ବ୍ୟତୀତ ସେ ସେପରି ଭଲ ପ୍ରଦର୍ଶନ କରିପାରି ନ ଥିଲେ । ମାତ୍ର ୨୦୧୧ ବିଶ୍ଵକପ୍ ପର୍ଯ୍ୟନ୍ତ ସେ ଧୋନୀଙ୍କର ବେଶ୍ ନିକଟତର ଥିଲେ । ଏପରିକି ଧୋନୀ ତାଙ୍କୁ ଦଳର ପ୍ରମୁଖ ଖେଳାଳି ବୋଲି କହୁଥିଲେ । ତାଙ୍କ ଉପରେ ପୁରା ବିଶ୍ଵାସ ସ୍ଥାପନ କରୁଥିଲେ । ମାତ୍ର ଅସୁସ୍ଥତାରୁ ସୁସ୍ଥ ହୋଇ ଫେରିବା ପରେ ଖେଳ ବଦଳି ଯାଇଥିଲା ଓ ତାଙ୍କ ସ୍ଥାନ ନେବା ପାଇଁ ଆଉ କେହି ଚାଲି ଆସିଥିଲେ ବୋଲି କହିଛନ୍ତି ଯୁବରାଜ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories