www.samajalive.in
Sunday, December 14, 2025
23.1 C
Bhubaneswar

ଯୁବପିଢ଼ି ଉଦ୍ୟମ କଲେ ସାହିତ୍ୟରେ ସୃଜନଶୀଳତା ଫେରିବ: ମନୋଜ ଦାସ

ଭୁବନେଶ୍ୱର: ସୃଜନଶୀତା ଅଭାବରେ ସାହିତ୍ୟ ଅସମ୍ପୂର୍ଣ୍ଣ ହୋଇଥାଏ। ଭଲ ସାହିତ୍ୟ ରଚନା ପାଇଁ ପ୍ରଥମେ ଏଥିପ୍ରତି ସମର୍ପଣ ଭାବ ରହିବା ଆବଶ୍ୟକ। ଯୁବ ପିଢ଼ୀ ଚାହିଁଲେ ସାହିତ୍ୟ ଅଧିକ ରୁଦ୍ଧିମନ୍ତ ହୋଇ ପାରିବ ବୋଲି କହିଛନ୍ତି ବିଶିଷ୍ଟ ସାରସ୍ବତ ସାଧକ ମନୋଜ ଦାସ କହିଛନ୍ତି। ଆଜି ୁଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ ’ଭାରତୀୟ ସାହିତ୍ୟର ଐତିହ୍ୟ ଏବଂ ତା’ର ସାମ୍ପ୍ରତିକ ତାତ୍ପର୍ଯ୍ୟ’ ଶୀର୍ଷକ ବକ୍ତୃତାମାଳାରେ ଯୋଗଦେଇ ଶ୍ରୀ ଦାସ କହିଥିଲେ ଯେ ଯେତେବେଳେ ବାଲ୍ମିକୀ ରାମାୟଣ ରଚନା କରିଥିଲେ ସେତେବେଳେ ସେ କୌଣସି ମାନ ସମ୍ମାନ, ପୁରସ୍କାର କିମ୍ବା ରୟାଲ୍ଟି ପାଇବା ଆଶା ରଖି ନଥିଲେ। ତାଙ୍କ ମନର ଭାବନା, ତ୍ୟାଗ ଭାବନାକୁ ନେଇ ରାମାୟଣ ରଚନା କରିଥିଲେ ଯାହା ସମଗ୍ର ବିଶ୍ବରେ ଆଦୃତ ହୋଇ ପାରିଥିଲା। ସେ କହିଥିଲେ ଯେ ସତ୍ ସାହିତ୍ୟ ମାନସିକ ବିଷାଦର ମୁକ୍ତି ଦିଏ, ଆନନ୍ଦ ଦିଏ ଏବଂ ଉଚ୍ଚତର ଚେତନା ଜାଗ୍ରତ କରିବାରେ ମନୁଷ୍ୟକୁ ଉଦ୍‌ବୁଦ୍ଧ କରିଥାଏ। ଦୁଇ ମହାକାବ୍ୟ ଏବଂ ତହିଁରୁ ପ୍ରସୂତ ସତ୍ ସାହିତ୍ୟ, କିମ୍ବଦନ୍ତି ସମୂହ ଓ ଲୋକ ସାହିତ୍ୟ ଅନେକ ଦଶନ୍ଧି ଧରି ଜୀବନର ମାର୍ଗଦର୍ଶକ ଥିଲେ। ଆଜିର ଦିନରେ ସେହି ସତ୍ ସାହିତ୍ୟକୁ ନେଇ ସିନେମା ନିର୍ମାଣ କଲେ ମଧ୍ୟ ତାହା ବିଶେ​‌ଷ ଫଳପ୍ରଦ ହୋଇ ପାରୁ ନାହିଁ। ଶ୍ରୀ ଦାସ ଭାରତୀୟ ସାହିତ୍ୟ ଓ ଭାରତୀୟ ଚେତନା ଉପରେ ଆଲୋକପାତ କରିବା ଅବସରରେ କହିଥିଲେ ଯେ ଯୁବ ପିଢ଼ୀ ବହି ପଢ଼ିବା କିମ୍ବା ଲେଖାଲେଖି କରିବା ଅପେକ୍ଷା ସିନେମା ଓ ଆଧୁନିକ ଚାକଚକ୍ୟ ପ୍ରତି ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଯୁବ ପିଢ଼ିଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ଏହାକୁ ହୃଦୟଙ୍ଗମ କରି ସେମାନେ ପୁସ୍ତକ ପଠନ ପ୍ରତି ଆଗ୍ରହ ପ୍ରକାଶ କରିବା ଜରୁରୀ। ଏପରି ହେଲେ ସାହିତ୍ୟର ମାନ ବୃଦ୍ଧି ପାଇବ ଏବଂ ନୂଆ ନୂଆ ଲେଖକ ଆତ୍ମପ୍ରକାଶ କରିବେ। ସାହିତ୍ୟର ସୃଜନଶୀଳତା ଫେରାଇ ଆଣିବାରେ ଏହା ବେଶ୍ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅଧ୍ୟୟନ ଉପରେ ଗୁରୁତ୍ବ ଦେବାକୁ ଆହ୍ବାନ ଜଣାଇଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ପୌ​‌େ​‌ରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଅବସରରେ ଏମ୍‌କେସଜି ପ୍ରେକ୍ଷାଳୟରେ ଆୟୋଜିତ ଏହି ବକ୍ତୃତାମାଳାରେ ବିଶ୍ବ ବିଜୟୀ ପ୍ରାଜ୍ଞ ଲୋକ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories