ମୋଦିଙ୍କ ସ୍ୱାଗତ ପାଇଁ ଲଣ୍ଡନରେ ସ୍ୱତନ୍ତ୍ର ବ୍ୟବସ୍ଥା

0

ଲଣ୍ଡନ : ଲଣ୍ଡନରେ ଆୟୋଜିତ ହେଉଥିବା ରାଜ୍ୟଗୋଷ୍ଠୀ ରାଷ୍ଟ୍ରମୁଖ୍ୟଙ୍କ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ ପାଇଁ ବ୍ରିଟେନ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ସମ୍ମିଳନୀରେ ରାଜ୍ୟଗୋଷ୍ଠୀର ୫୧ ସଦସ୍ୟ ଦେଶଙ୍କ ରାଷ୍ଟ୍ରାଧ୍ୟକ୍ଷ ଟ୍ରେନ୍‌ରୁ ଓହ୍ଲାଇବେ; ମାତ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଳାଶପୂର୍ଣ୍ଣ କାରରେ ବସି ସେଠାରେ ପହଞ୍ଚିବେ । ମଙ୍ଗଳବାର ରାତିରେ ମୋଦି ବି୍ରଟେନ୍‌ରେ ପହଞ୍ଚିବେ । ସେ ବି୍ରଟେନ୍‌ ପ୍ରଧାନମନ୍ତ୍ରୀ ତେରେସା ମେ’ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ଓ ରାଣୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ଜର୍ମାନୀ ଗସ୍ତ ସାରି ଭାରତ ଫେରିବେ। ୨୦୦୯ ପରେ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ରାଜ୍ୟଗୋଷ୍ଠୀ ଶିଖର ସମ୍ମିଳନୀରେ ଯୋଗ ଦେଉଛନ୍ତି ।

Leave A Reply