ମୁମ୍ବଇରେ ଓଲା ଉବେର ଟାକ୍ସି ଚାଳକଙ୍କ ଧର୍ମଘଟ

0

ମୁମ୍ବଇ : ମୋବାଇଲ ଆପରେ ବୁକିଂ ହେଉଥିବା ଓଲା ଏବଂ ଉବେର ଟ୍ୟାକ୍ସିର ପ୍ରାୟ ୮୦ ହଜାର ଚାଳକ କମ୍ପାନୀ ବିରୋଧରେ ସୋମବାର ଧର୍ମଘଟକୁ ଓହ୍ଲାଇଛନ୍ତି । ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି ଯେ କମ୍ପାନୀ ଯେଉଁ ରୋଜଗାରର ପ୍ରତିଶ୍ରୁତି ଦେଇଥିଲା ତାର ଅଧା ବି ରୋଜଗାର ହୋଇପାରିନାହିଁ । ମହାରାଷ୍ଟ୍ର ନବନିର୍ମାଣ ବାହାତୁକ ସେନା (ଏମ୍‌ଏନ୍‌ଭିଏସ୍‌)ଏହି ଧର୍ମଘଟର ନେତୃତ୍ବ ନେଇଛି। ଏହାର ସବୁଠୁ ବଡ଼ ପ୍ରଭାବ ମୁମ୍ବଇରେ ଦେଖାଯାଇଛି । ଏମ୍‌ଏନ୍‌ଭିଏସ୍‌ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌)ର ସହଯୋଗୀ ସଂଗଠନ ଅଟେ । ଏମ୍‌ଏନ୍‌ଭିଏସ୍‌ ମୁଖ୍ୟ ସଞ୍ଜୟ ନାଇକ ଧର୍ମଘଟର ସୂଚନା ଦେଇଥିଲେ । କମ୍ପାନୀ ନିଜ ପ୍ରତିଶ୍ରୁତି କରିବାରେ ବିଫଳ ହେବା ପରେ ଡ୍ରାଇଭରମାନେ ଧର୍ମଘଟକୁ ଓହ୍ଲାଇଛନ୍ତି ବୋଲି ସେ ସୂଚନା ଦେଇଥିଲେ । ଏହି ଘଟଣାରେ ସେ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ନଚେତ ଏହି ଧର୍ମଘଟ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave A Reply