www.samajalive.in
Saturday, December 6, 2025
15.1 C
Bhubaneswar

ମୁକୁନ୍ଦପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ଚକ୍ରଧରପୁର ପଂଚାୟତ ଅଧିନ ମୁକୁନ୍ଦପୁର ଠାରେ ଡନ ସ୍ପୋର୍ଟିଙ୍ଗ ଆନୁକୁଲ୍ୟରେ ୨୪ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ବିଞ୍ଝାରପୁର ଓ କଲାଣ୍ଡ ମଧ୍ୟରେ ଖେଳାଯାଇଛି। ଉଦଘାଟନୀ ମ୍ୟାଚକୁ ଆନୁଷ୍ଠାନିକ ଭାବରେ ଯୁବ ସମାଜସେବୀ ଅକ୍ଷୟ କୁମାର ନାୟକ ଉଦଘାଟନ କରିଥିବା ବେଳେ ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଯୁବକ ମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। ଆଜିର ମ୍ୟାଚରେ କଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ତିନି ୱିକେଟ ହରାଇ ୩୩୬ ରନ କରିଥିଲା। ଜବାବରେ ପ୍ରତିପକ୍ଷ ବିଞ୍ଝାରପୁର ଟିମ ୧୮ ଓଭର ଖେଳି ସମସ୍ତ ୱିକେଟ ହରାଇ ୨୬୯ରନ କରିବାରେ ସକ୍ଷମ ହୋଇଥିଲା। ଫଳରେ ପ୍ରଥମ ମ୍ୟାଚରେ କଲାଣ୍ଡ ବିଜୟ ଲାଭ କରିଥିଲା। ସୁବ୍ରତ ଜେନା ଓ ଲଳିତ ଜଟ ଖେଳ ପରିଚାଳନା କରିଥିଲେ। ମର୍ଜିତାପୁର ଗ୍ରାମ ପଂଚାୟତର ସରପଂଚ ସୁବାସ ସାହୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ। ଶ୍ରୀଧର ଘଡେଇ, ନଟବର ବେହେରା, ବାରଣ ଓଝା, ଜଗବନ୍ଧୁ ସାହୁ, ସଂଗ୍ରାମ ସାହୁ, ସଂଜୟ ସାହୁ, ସତ୍ୟ ରଂଜନ ସାହୁ, ଉଦୟ ନାରାୟଣ ସାହୁ ପ୍ରମୂଖ ସହେଯାଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories