www.samajalive.in
Saturday, December 6, 2025
14.1 C
Bhubaneswar

ଭାରତ ମହାସାଗରରେ ଫସି ରହିଛନ୍ତି ନୌସେନା ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଅଧିକାରୀ ୩୯ ବର୍ଷୀୟ ଅଭିଳାଷ ଟମି ଭାରତ ମହାସାଗରରେ ଫସି ରହିଛନ୍ତି । ଗୋଲ୍ଡେନ୍ ଗ୍ଲୋବ ପ୍ରତିଯୋଗିତାରେ ଭାଗ ନେଉଥିବା ବେଳେ ଖରାପ ପାଗ ​‌ଯୋଗୁଁ  ଏହି ଅଘଟଣ ଘଟିଛି। ତାଙ୍କ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ସେ ଗୁରୁତର ଅବସ୍ଥାରେ ଉଦ୍ଧାରକାରୀଙ୍କୁ ଅପେକ୍ଷା କରିଛନ୍ତି । ଅଭିଳାଷ ମେସଜ ଜରିଆରେ ଏହି ସୂଚନା ଦେଇଛନ୍ତି ।

ଏଏନଆଇ ରିପୋର୍ଟ ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ପାଇଁ ଆଇଏନଏସ ସତପୁରାକୁ ପଠାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ଜଣାପଡିଛି। ଅଷ୍ଟ୍ରେଲିଆର ପର୍ଥ ଠାରୁ ପ୍ରାୟ ୩ ହଜାର କିମି ଦୂରରେ ଅଭିଳାଷ ଫସି ରହିଥିବା ଜଣାପଡିଛି। ଅଷ୍ଟ୍ରେଲିଆର ପ୍ରତିରକ୍ଷା ବାହିନୀ ପକ୍ଷରୁ ମଧ୍ୟ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି ।

- Advertisement -

ଗୋଲ୍ଡେନ୍ ଗ୍ଲୋବ ପ୍ରତିଯୋଗିତା ଉତ୍ସବ ଫ୍ରାନ୍ସରୁ ଜୁଲାଇ ୧ରୁ ଆରମ୍ଭ ହୋଇଥିଲା। ଏଥିରେ ୧୮ ଜଣ ​‌ ନୌସେନା ଅଧିକାରୀ ଅଂଶଗ୍ରହଣ କରିଥିଲେ । ​‌ ଅଷ୍ଟେଲିଆ ମେରିଟାଇମ ସୁରକ୍ଷା କର୍ତ୍ତୃପକ୍ଷଙ୍କ ସଂଯୋଜନାରେ ଉଦ୍ଧାର କାର୍ଯ୍ୟ ରହିଛି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories