www.samajalive.in
Saturday, December 6, 2025
14.1 C
Bhubaneswar

ଭଞ୍ଜବିହାର: ଅନିୟମିତତାର ତଦନ୍ତ କରିବେ ଆର୍‍ଡିସି

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗତ ଦୁଇବର୍ଷ ଧରି ହୋଇଥିବା ବିଭିନ୍ନ ଆର୍ଥିକ ଅନିୟମିତତାର ତଦନ୍ତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କରିବେ। ଉଚ୍ଚଶିକ୍ଷା ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ଚିଠି ନଂ ୨୯୫୦୪/୨୨.୧୦.୧୮ ଅନୁସାରେ ଆର୍‍ଡିସି ଏହି ଅନିୟମିତତାର ତଦନ୍ତ କରି ୬୦ ଦିନ ଭିତରେ ରିପୋର୍ଟ ଦେବାକୁ ପତ୍ରରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ, ସଚେତନ ନାଗରିକ ସଂଘ,ଓକିଲସଂଘ ପକ୍ଷରୁ ବିଭିନ୍ନ ସମୟରେ ରାଜ୍ୟପାଳ ସମେତ ଉଚ୍ଚଶିକ୍ଷା ବିଭାଗ ନିକଟରେ ବିଶ୍ୱବିଦ୍ୟାଳୟ ବିରୋଧରେ ଏକାଧିକ ଅଭିଯୋଗ କରାଯାଇଥିଲା। ୟୁଜିସି ସମେତ ବିଭିନ୍ନ ବିଭାଗରୁ ଆସିଥିବା ୮୦କୋଟି ଟଙ୍କାର ପାଣ୍ଠିକୁ ବିନା ଅନୁମୋଦନରେ ମନଇଚ୍ଛା ଖର୍ଚ୍ଚ କରାଯାଇଥିଲା। ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର ସାମଗ୍ରୀ କିଣା,ଏକ ନିର୍ଦ୍ଦିଷ୍ଟ କମ୍ପାନୀରୁ ବହୁ ସାମଗ୍ରୀ କ୍ରୟ କରାଯିବା,ବାର୍ଷିକ ୨୬ଲକ୍ଷ ଖର୍ଚ୍ଚ କରି ଘରୋଇ ସିକ୍ୟୁରିଟି ସଂସ୍ଥାକୁ ନିୟୋଜିତ କରାଯିବା, ବ୍ରିଜ ଆଣ୍ଡ ରୁଫ୍‍ କମ୍ପାନୀକୁ ବେଆଇନ ଭାବେ ବିଭିନ୍ନ ନିର୍ମାଣ କାର୍ଯ୍ୟର ଠିକା ପ୍ରଦାନ, ବାହାର ରାଜ୍ୟର ଏକ କମ୍ପାନୀକୁ ପ୍ରଶ୍ନପତ୍ର ଓ ସାର୍ଟିଫିକେଟ ଛାପିବା ପାଇଁ କାର୍ଯ୍ୟାଦେଶ ଦେବା, ଆକାଉଣ୍ଟ ରେଜିଷ୍ଟାର ଓ ବ୍ୟାଙ୍କ ଜମା ମଧ୍ୟରେ ଅମେଳ ରହିଥିବା ନେଇ ବିଭିନ୍ନ ଅଭିଯୋଗ ଉଠିବା ସହିତ ଏଥିରେ
ଅନିୟମିତତା ହୋଇଥିବା ଦର୍ଶାଯାଇଥଲା। ଏହାକୁ କର୍ତ୍ତୃପକ୍ଷ ଗୁରୁତର ସହିତ ନେଇଥିଲେ। କୁଳାଧିପତିଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୩୬୯/୨୭.୬.୧୮ର ନିର୍ଦେଶକ୍ରମେ ଉଚ୍ଚଶିକ୍ଷାବିଭାଗ ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ରଙ୍କ ଚିଠି ନଂ ୨୨୮୨୬/୮.୮.୧୮ରେ ବିଭାଗୀୟ ଅତିରିକ୍ତ ସଚିବ ପ୍ରଶାନ୍ତକୁମାର ଦାଶ ଏହାର ତଦନ୍ତ କରି ୬୦ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଇତିମଧ୍ୟରେ ଗତ ଅକ୍ଟୋବର ୧୦ ତାରିଖରେ ୬୦ଦିନ ପୂର୍ତ୍ତି ହୋଇଯାଇଥିଲେ ମଧ୍ୟ ଅତିିରିକ୍ତ ସଚିବ ଶ୍ରୀଦାସଙ୍କ ପକ୍ଷରୁ ତଦନ୍ତ କରାଯାଇପାରିନଥିଲା। ଏଣୁ ପୁଣି ଥରେ ବିଭାଗ ପକ୍ଷରୁ ଆର୍‍ଡିସିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories