ବଡ଼ ପୁଅକୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ଦେବଗୌଡ଼ା

0

ବେଙ୍ଗାଲୁରୁ: ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଏସ୍‍ ୟେଦୁରପ୍ପାଙ୍କୁ ରାଜ୍ୟପାଳ ସରକାର ଗଢିବାକୁ ଆମନ୍ତ୍ରିତ କରିବାକୁ ସ୍ଥିର କରିଛନ୍ତି। ୟେଦୁରପ୍ପା ୭ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ।
ଅପରପକ୍ଷରେ କଂଗ୍ରେସ ପକ୍ଷରୁ ଜେଡିଏସ ସହ ତରବାରିଆ ଭାବରେ ମେଣ୍ଟ ଦଳ ମଧ୍ୟରେ ଫାଟ ସୃଷ୍ଟି କରିଛି। କଂଗ୍ରେସ ମୁଖ୍ୟମନ୍ତ୍ରୀ ଆସନ କୁମାରସ୍ୱାମୀଙ୍କୁ ପ୍ରଦାନ କରିବା ସହ ଦେବଗୌଡ଼ା ତାଙ୍କ ବଡ଼ ପୁଅ ଏଚଡି ରମନ୍ନାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ବୋଲି ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ସମର୍ଥନ ଦେଇଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। କଂଗ୍ରେସ ବୈଠକରେ ୨୫ ବିଧାୟକ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି। ସେହିପରି ବୈଠକ ମଝିରେ ନବ ର୍ନିର୍ବାଚିତ ଏମପି ପାଟିଲ ବୈଠକ ଛାଡ଼ି ଉଠି ଆସିଛନ୍ତି। କଂଗ୍ରେସର ୬ବିଧାୟକର ସମର୍ଥନ ତାଙ୍କ ସହ ରହିଛି ବୋଲି ସେ ଗଣମାଧ୍ୟମରେ ପ୍ରକାଶ ମଧ୍ୟ କରିଦେଇଛନ୍ତି। ସେହିପରି ଜେଡିଏସ ବୈଠକରେ ମଧ୍ୟ ୨ ବିଧାୟକ ଅନୁପସ୍ଥିତ ଥିବା ଦୃଶ୍ୟମାନ ହୋଇଛି। ଏଭଳି ପରିସ୍ଥିତିରେ ବିଜେପି ଅସନ୍ତୋଷ ବିଧାୟକଙ୍କୁ ନେଇ କି ପ୍ରକାର ରାଜନୀତି କରୁଛି ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

Leave A Reply