www.samajalive.in
Saturday, December 6, 2025
15.1 C
Bhubaneswar

ବିିମାନକୁ ଧକ୍କା ଦେଲା ପାଣିଟାଙ୍କର

କଲକାତା: କଲକାତା ବିମାନବନ୍ଦରେ ଅଘଟଣ ଘଟିଛି। କତାର ଏୟାରୱେଜ୍‍ର ଏକ ବିମାନକୁ ଏକ ପାଣି ବୋଝେଇ ଟ୍ରକ୍‍ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ବିମାନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ପରେ ବିମାନକୁ ତୁରନ୍ତ ମରାମତି ପାଇଁ ନିଆଯାଇଛି। ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ପଠାଯାଇଛି।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୩.୧୫ ବେଳେ ୧୦୩ ଜଣ ଯାତ୍ରୀଙ୍କୁ ନେଇ କତାର ଏୟାରୱେଜ୍‍ର କ୍ୟୁଆର ୫୪୧ ବିମାନ କଲକାତାରୁ ଦୋହା ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ ହେଉଥିଲା। ଏହି ସମୟରେ ଏକ ପାଣି ବୋଝେଇ ଟ୍ରକ୍‍ ବିମାନକୁ ଧକ୍କା ଦେଇଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ଗତ ମାସରେ ଏୟାର ଇଣ୍ଡିଆର ଏକ ବିମାନ ୧୩୬ ଜଣ ଯାତ୍ରୀଙ୍କୁ ନେଇ ତ୍ରିଚିରୁ ଦୁବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରୁଥିବା ବେଳେ ବିମାନବନ୍ଦର କାନ୍ଥରେ ପିଟି ହୋଇ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ବିମାନର ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ଅଜ୍ଞ ପାଇଲଟ୍‍ ବିମାନକୁ ଉଡ଼ାଇଥିଲେ। ପ୍ରାୟ ତିନିଘଣ୍ଟା ଉଡ଼ିବା ପରେ ବିମାନକୁ ଫେରାଇ ଆଣିବା ପାଇଁ ପାଇଲଟଙ୍କୁ ନିର୍ଦେଶ ଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories