www.samajalive.in
Saturday, December 6, 2025
16.1 C
Bhubaneswar

ବିବାହ ପାଇଁ ଭଡାରେ ମିଳେ ଲେହେଙ୍ଗା

ଆଜିକାଲିର ଅନ୍-ଲାଇନ୍ ସପିଂ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଉଥିବାବେଳେ ଏବେ ଅନ୍ୟ ଏକ ଚାହିଦାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ମହାନଗରୀର ଯୁବତୀମାନେ ବିବାହ କିମ୍ବା ଅନ୍ୟ କୌଣସି ପାରମ୍ପରିକ ଉତ୍ସବରେ ଲେହଙ୍ଗା ଚୋଲି ପିନ୍ଧିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଏଇ ଲେହଙ୍ଗା କୌଣସି ଡିଜାଇନରଙ୍କଠାରୁ କିଣିବା ବଦଳରେ ଏବେ ସେସବୁ ଭଡ଼ାରେ ଉପଲବ୍ଧ ହେଉଛି। ଏହା ସୁବିଧାରେ ଓ ଶସ୍ତାରେ ଉପଲବ୍ଧ ହେଉଥିବାରୁ ଯୁବତୀମାନେ ଏହି ରାସ୍ତାରେ ଭିଡ଼ ଜମାଇଛନ୍ତି। ଜଣେ ନାମୀ ଡିଜାଇନରଙ୍କ କହିବାନୁସାରେ, ଗୋଟିଏ ଲେହଙ୍ଗା ଦିନକରୁ ୯ ଦିନ ପର୍ଯ୍ୟନ୍ତ ଭଡ଼ା ସୂତ୍ରରେ ମିଳିଥାଏ। ଶସ୍ତାଠାରୁ ଦାମୀ ସମସ୍ତ ପ୍ରକାରର ଲେହଙ୍ଗା ଏଠାରେ ଭଡ଼ାରେ ମିଳୁଥିଲାବେଳେ ପ୍ରଥମେ ଗ୍ରାହକଙ୍କୁ ଅଗ୍ରୀମ ୧୧ହଜାର ଟଙ୍କା ଦେବାକୁ ପଡ଼ିଥାଏ, ଯାହା ଗ୍ରାହକ ଆଉ ଫେରିପାଇବେ ନାହିଁ ବୋଲି ପୂର୍ବରୁ ଚୁକ୍ତିି ହୋଇସାରିଥାଏ। ଏହା ବାଦ୍ ଲେହଙ୍ଗାର ଡିଜାଇନ୍ ଅନୁଯାୟୀ ଦିନ ପିଛା ୧ହଜାର ଟଙ୍କାରୁ ୫ହଜାର ଟଙ୍କା ଭଡ଼ା ଦେବାକୁ ପଡ଼େ। ବଜାରରେ ଏହି ଦାମୀ ଲେହଙ୍ଗାଗୁଡ଼ିକର ମୂଲ୍ୟ ୩୦ ହଜାର ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥାଏ। ଏକ ନାମୀ କମ୍ପାନୀରେ କାର୍ଯ୍ୟରତ ଶ୍ରୁତି ମାଥୁରଙ୍କ କହିବାନୁସାରେ, ଦେଢ଼ ଲକ୍ଷ ଟଙ୍କା ଦେଇ ଲେହଙ୍ଗା କିଣିବା ପରିବର୍ତ୍ତେ ୩୦ହଜାର ଟଙ୍କା ବ୍ୟୟରେ ୬ଦିନ ପାଇଁ ଲେହଙ୍ଗା ଭଡ଼ାରେ ଆଣିଛନ୍ତି। ଏସବୁ ଦାମୀ ଓ ଓଜନିଆ ଲେହଙ୍ଗା କେବଳ ବିବାହଦିନ ହିଁ ପିନ୍ଧାଯାଇଥାଏ, ପରେ ଏସବୁ ପ୍ୟାକିଂ ହୋଇ ଆଲମାରିରେ ରୁହେ। ଯୁଗ ଅନୁସାରେ ଲୋକଙ୍କ ଚାହିଦା ଓ ଆବଶ୍ୟକତା ବଦଳୁଛି, ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories