www.samajalive.in
Thursday, December 11, 2025
15.1 C
Bhubaneswar

ବିଜୟ ସହ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

ଗ୍ବାଙ୍ଗ୍‌ଝୌ(ଚୀନ): ଏଠାରେ ଚାଲିଥିବା ସିଜିନର ଅନ୍ତିମ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ସରେ ଭାରତର ପିଭି ସିନ୍ଧୁ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‌ସ ଗ୍ରୁପ୍‌-ଏ’ର ଏକ ମ୍ୟାଚରେ ୩ୟ ସିଡ୍‌ ସିନ୍ଧୁ ୨୪-୨୨, ୨୧-୧୫ ଗେମରେ ବିଶ୍ବର ୨ ନମ୍ବର ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୫୨ ମିନିଟ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଗେମରେ ୟାମାଗୁଚି ଏକଦା ୧୧-୬ ପଏଣ୍ଟରେ ଆଗୁଆ ରହିଥିଲେ। ୟାମାଗୁଚି ଚମତ୍କାର ଫର୍ମରେ ଖେଳିବା ସହ ଗେମକୁ ସମ୍ପୂର୍ଣ୍ଣଭାବେ ନିଜ ନିୟନ୍ତ୍ରଣରେ ରଖିଥିଲେ। ତେବେ ସିନ୍ଧୁ ନିଜର ଅଭିଜ୍ଞତା ଓ ଏକାଗ୍ରତାକୁ ପୁଞ୍ଜି କରି ଗୋଟିଏ ପରେ ଗୋଟିଏ ପଏଣ୍ଟ ଅକ୍ତିଆର କରିବା ସହ ଏହାକୁ ୧୯-୧୯ ସ୍ଥିତିକୁ ଆଣିବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ତିନିଟି ପଏଣ୍ଟ ପର୍ଯ୍ୟନ୍ତ ଉଭୟ ଖେଳାଳିଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ସିନ୍ଧୁ ଶେଷରେ କ୍ରମାଗତ ଦୁଇ ପଏଣ୍ଟ ହାସଲ କରି ଏହି ଗେମକୁ ୨୪-୨୨ରେ ହାତେଇ ନେଇଥିଲେ। ଦ୍ବିତୀୟ ଗେମର ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ୟାମାଗୁଚିଙ୍କ ସପକ୍ଷରେ ୧୧-୧୦ ରହିଥିଲା। ତେବେ ସିନ୍ଧୁ ଚମତ୍କାର ପ୍ରଦର୍ଶନ ଜରିଆରେ କ୍ରମାଗତ ୮ ପଏଣ୍ଟ ହାସଲ କରି ୧୮-୧୧ରେ ଆଗେଇ ଯାଇଥିଲେ। ୟାମାଗୁଚି ଆଉ ୪ ପଏଣ୍ଟ ସ୍କୋର କରିବାରେ ସଫଳ ହୋଇଥିଲେ ସୁଦ୍ଧା ସିନ୍ଧୁ ଶେଷରେ ୨୧-୧୫ରେ ଜିତିଥିଲେ। ସିନ୍ଧୁ ତାଙ୍କର ପରବର୍ତ୍ତୀ ମ୍ୟାଚରେ ଆମେରିକାର ଝାଙ୍ଗ୍‌ ବିୱେନଙ୍କୁ ଭେଟିବେ।
ପୁରୁଷ ସିଙ୍ଗଲ୍‌ସରେ ଅଂଶଗ୍ରହଣ କରୁଥିବା ଏକମାତ୍ର ଭାରତୀୟ ଖେଳାଳି ସମୀର ବର୍ମା ତାଙ୍କର ପ୍ରଥମ ମୁକାବିଲାରେ ହାରିଯାଇଛନ୍ତି। ବୁଧବାର ଏହି ମ୍ୟାଚରେ ଜାପାନର କେନ୍‌ତୋ ମୋମୋତା ୨୧-୧୮, ୨୧-୬ ଗେମରେ ସମୀରଙ୍କୁ ପରାସ୍ତ କରିଛନ୍ତି। ସମୀର ତାଙ୍କର ପରବର୍ତ୍ତୀ ମ୍ୟାଚରେ ଇଣ୍ଡୋନେସିଆର ଟମି ସୁଗିଆର୍ତୋଙ୍କୁ ଭେଟିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories