www.samajalive.in
Tuesday, December 9, 2025
15.1 C
Bhubaneswar

କୁଚ୍‌ବିହାର ଟ୍ରଫି: ଇନିଂସ ଓ ୬୭ ରନରେ ଜିତିଲା ଓଡ଼ିଶା

ବଲାଙ୍ଗୀର: ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିବା ୧୯ ବର୍ଷରୁ କମ କୁଚ୍‌ବିହାର ଟ୍ରଫି କ୍ରିକେଟ ମ୍ୟାଚରେ ଘରୋଇ ଓଡ଼ିଶା ଇନିଂସ ଓ ୬୭ ରନରେ ତ୍ରିପୁରାକୁ ପରାସ୍ତ କରିଛି। ପ୍ରଥମ ଇନିଂସରେ ୧୯୯ ରନରେ ପଛୁଆ ଥିବା ତ୍ରିପୁରା ମ୍ୟାଚର ତୃତୀୟ ଦିନରେ ଦ୍ବିତୀୟ ଇନିଂସରେ ମାତ୍ର ୧୩୨ ରନରେ ଅଲଆଉଟ ହୋଇଛି। ତ୍ରିପୁରାର ଦ୍ବିତୀୟ ଇନିଂସରେ ୫ଟି ୱିକେଟ ଅକ୍ତିଆର କରିଥିବା ବିଶ୍ବଜିତ ମଲ୍ଲିକ ଓଡ଼ିଶାର ଏହି ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି ବିଜୟ ଫଳରେ ଓଡ଼ିଶାକୁ ୭ ପଏଣ୍ଟ ମିଳିଥିବାବେଳେ ତ୍ରିପୁରା କୌଣସି ପଏଣ୍ଟ ପାଇନାହିଁ। ଆସନ୍ତା ୨୪ରେ ଓଡ଼ିଶା ତାହାର ପରବର୍ତ୍ତୀ ମ୍ୟାଚରେ ସୌରାଷ୍ଟ୍ରକୁ ଭେଟିବ।
ଦ୍ବିତୀୟ ଦିନରେ ରଘୁନାଥ ମଲ୍ଲଙ୍କ ଶତକ (୧୦୨) ବଳରେ ଓଡ଼ିଶା ପ୍ରଥମ ଇନିଂସରେ ୧୯୯ ରନରେ ଆଗୁଆ ରହି ସ୍ଥିତିକୁ ମଜଭୁତ କରିଥିଲା। ଜବାବରେ ତ୍ରିପୁରା ଦ୍ବିତୀୟ ଇନିଂସ ଆରମ୍ଭ କରି ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ ବିନିମୟରେ ୫୧ ରନ କରିଥିଲା। ତୃତୀୟ ଦିନରେ ତ୍ରିପୁରା ଦଳର ପ୍ରଥମ ଲକ୍ଷ୍ୟ ଥିଲା କିପରି ଆଉ ୧୪୮ ରନ ସ୍କୋର କରି ଇନିଂସ ପରାଜୟ ଏଡାଇବା। ବାବୁଲ ଦେଙ୍କୁ (୩୪) ଆଉଟ କରି ଅଙ୍କିତକର ଜୟସ୍ବାଲ ଓଡ଼ିଶା ପାଇଁ ଦିନର ପ୍ରଥମ ସଫଳତା ଅର୍ଜନ କରିଥିଲେ। ଏହାପରେ ତ୍ରିପୁରା ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ଶ୍ରୀଦମ ପଲ୍‌ ୨୭, ଅମିତ ଅଲ୍ଲୀ ୧୮ ଓ ରିୟାଜ୍‌ ଉଦୟନ ୧୬ ରନ କରିଥିବାବେଳେ ତ୍ରିପୁରା ଦ୍ବିତୀୟ ଇନିଂସରେ ୧୩୨ ରନରେ ଅଲଆଉଟ ହୋଇଥିଲା। ଓଡ଼ିଶା ପକ୍ଷରୁ ବିଶ୍ବଜିତ ମଲ୍ଲିକ ୧୪ ରନ ବିନିମୟରେ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିବାବେଳେ ଅଙ୍କିତକର ଜୟସ୍ବାଲଙ୍କୁ ୪ଟି ଓ ରଘୁନାଥ ମଲ୍ଲଙ୍କୁ ଗୋଟିଏ ୱିକେଟ ମିଳିଥିଲା। ରଘୁନାଥ ମଲ୍ଲ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ବିବେଚିତ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories