www.samajalive.in
Friday, December 12, 2025
16.1 C
Bhubaneswar

ପର୍ଥରେ ୪ ଦ୍ରୁତ ବୋଲରଙ୍କୁ ଖେଳାଇବ ଭାରତ!, ଖେଳିପାରିବେନି ପନ୍ଥ

ପର୍ଥ: ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଆସନ୍ତା ଶୁକ୍ରବାରରୁ ପର୍ଥରେ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇ ୧-୦ରେ ଅଗ୍ରଣୀ ରହିଛି। ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ସିରିଜ୍‌କୁ ଫେରିବା ଲକ୍ଷ୍ୟରେ ରହିଥିବାବେଳେ ଏହି ମ୍ୟାଚ୍‌ ଜିତି ନିଜ ସ୍ଥିତି ମଜବୁତ୍‌ କରିବାକୁ ଭାରତ ଚାହିଁବ। ପର୍ଥ ପିଚ୍‌ ଦ୍ରୁତ ବୋଲରଙ୍କୁ ବେଶ୍‌ ସହାୟତା ​‌େ​‌ଯାଗାଉଥିବାରୁ ଏହି ମ୍ୟାଚ୍‌ରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ୪ ଜଣ ଲେଖାଏଁ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ପାରନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳ ଦୁର୍ବଳ ହୋଇପଡ଼ିଛି ଏବଂ ଦ୍ବିତୀୟ ଟେଷ୍ଟରେ ଭାରତକୁ ହରାଇବା ଏହି ଦଳ ପାଇଁ ସମ୍ଭବପର ନୁହେଁ ବୋଲି ସ୍ଥାନୀୟ ପ୍ରଶଂସକ ମତ ଦେଇଛନ୍ତି। ପର୍ଥ ପିଚ୍‌ରେ ଦ୍ରୁତ ବୋଲରଙ୍କୁ ଅଧିକ ବାଉନ୍‌ସ ଓ ଗତି ମିଳିବାର ସମ୍ଭାବନା ଅଛି। ଏହାକୁ ପାଥେୟ କରି ଅଷ୍ଟ୍ରେଲିଆ ଦଳ ବିଜୟୀ ହେବାକୁ ଆଶା ରଖିଥିଲେ ମଧ୍ୟ ଭାରତୀୟ ଦଳରେ ମଧ୍ୟ ବେଶ୍‌ ଉଚ୍ଚକୋଟିର ଦ୍ରୁତ ବୋଲର ରହିଥିବାରୁ ସେମାନେ ମଧ୍ୟ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‌ଙ୍କୁ ଆଉଟ୍‌ କରିବାକୁ ସକ୍ଷମ ବୋଲି ସାଧାରଣରେ ଆଲୋଚନା ହେଉଛି।
ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ୪ଜଣ ଦ୍ରୁତ ବୋଲରଙ୍କୁ ଖେଳାଇ ପିଚ୍‌ରୁ ସହାୟତା ପାଇବାକୁ ଆଶା ରଖିଛି। ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କ ଉପରେ ଚାପ ପକାଇ ସେମାନଙ୍କୁ ସହଳ ଆଉଟ୍‌ କରି ମ୍ୟାଚ୍‌ ଜିତିବାକୁ ଅଷ୍ଟ୍ରେଲିଆ ଆଶା ରଖିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‌ମାନେ ଭାରତୀୟ ଦ୍ରୁତ ବୋଲରଙ୍କୁ କିପରି ଭାବେ ମୁକାବିଲା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‌ମାନେ ଦ୍ବିତୀୟ ଇନିଂସରେ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଧୈର୍ଯ୍ୟ ଓ ଅଭିଜ୍ଞତା ଅଭାବରୁ ପରାଜୟର ସମ୍ମୁଖୀନ ହେଲା ବୋଲି ଆଲୋଚନା ହେଉଛି। ଏହାକୁ ଦୃଷ୍ଟିରେ ରଖି ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଏହି ଦଳର ବ୍ୟାଟସମ୍ୟାନ୍‌ ନିଜ ଦୋଷ ଦୁର୍ବଳତାକୁ କିଭଳି ଭାବେ ସୁଧାରି ପାରୁଛନ୍ତି ତାହା ଦେଖିବା କଥା। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୩ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ଭଲ ପ୍ରଦର୍ଶନ କରିଥିବାରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ସେମାନଙ୍କ ଠାରୁ ସମାନ ପ୍ରକାର ପ୍ରଦର୍ଶନ ଆଶା ରଖିଛନ୍ତି ଅଧିନାୟକ ବିରାଟ କୋହଲି। ପର୍ଥର ଦ୍ରୁତ ପିଚ୍‌ରେ ଦୁଇ ଦଳ ୪ଜଣ ଦ୍ରୁତ ବୋଲରଙ୍କୁ ନେଇ ଓହ୍ଲାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏପରି ପରିସ୍ଥିତିରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଉଭୟ ଦଳ ତରଫରୁ ସ୍ପିନରଙ୍କୁ ସାମିଲ କରାଯିବ କି ନାହିଁ ବୋଲି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories