www.samajalive.in
Friday, December 12, 2025
16.1 C
Bhubaneswar

ବାହ୍ୟ ସହାୟତା ବିନା କାଶ୍ମୀର ବିବାଦ ସମାଧାନ ସମ୍ଭବ: ନରୱେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାହ୍ୟ ସହାୟତା ବିନା ଭାରତ ଓ ପାକିସ୍ତାନ କାଶ୍ମୀରକୁ ନେଇ ରହିଥିବା ବିବାଦର ସମାଧାନ କରିପାରିବେ। ଦୁଇ ଦେଶ ବେଶ୍‌ ଶକ୍ତିିଶାଳୀ ଓ ଅନ୍ୟ କୌଣସି ରାଷ୍ଟ୍ରର ସହଯୋଗ ନ ନେଇ ସୀମାନ୍ତରେ ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବା ସେମାନଙ୍କ ପକ୍ଷରେ କିଛି କଷ୍ଟକର ନୁହେଁ। ଏଭଳି ମତ ରଖିଛନ୍ତି ନରୱେ ପ୍ରଧାନମନ୍ତ୍ରୀ ଏର୍ଣ୍ଣା ସୋଲବର୍ଗ। ସମ୍ପ୍ରତି ସୋଲବର୍ଗ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସୋମବାର ସେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଏବଂ ୯ତାରିଖ ଯାଏ ଭାରତରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ‘ରାଇସିନା ଡାଏଲଗ୍‌’ କାର୍ଯ୍ୟକ୍ରମରେ ସେ ଉଦ୍‌ବୋଧନ ଦେବେ। ଗତ ନଭେମ୍ବରରେ ନରୱେର ପୂର୍ବତନ ପ୍ରଧାନମନ୍ତ୍ରୀ ଜେଲ୍‌ ମା​‌ଗ୍‌ନେ ବଣ୍ଡେଭିକ୍‌ କାଶ୍ମୀର ଗସ୍ତ କରିବା ଓ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଗିଲାନୀ ଓ ମିରୱାଜ ଉମର ଫାରୁକଙ୍କୁ ଭେଟିବା ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ସୋଲବର୍ଗ କହିଛନ୍ତି ଯେ ଏହା ତାଙ୍କର ଘରୋଇ ଗସ୍ତ ଥିଲା। ତାଙ୍କର ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ଏକ ପ୍ରତିଷ୍ଠାନ ରହିଛି। ଏହି ଅନୁଷ୍ଠାନର କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ସେ କାଶ୍ମୀର ଆସିଥିଲେ। ସେ ଜଣେ ସାଧାରଣ ନାଗରିକ ଭାବେ ଆସିଥିଲେ। ଏଥିରେ ସରକାରଙ୍କର କୌଣସି ଭୂମିକା ନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories