www.samajalive.in
Thursday, December 11, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାହୁଲଙ୍କ ଆକ୍ରମଣ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧବିମାନ କ୍ରୟ ମାମଲାରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଓ ପ୍ରତିିରକ୍ଷା ମନ୍ତ୍ରୀଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଅନିଲ ଅମ୍ବାନୀଙ୍କୁ ଫାଇଦା ଦେବା ପାଇଁ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ସଂସ୍ଥା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ ବା ହାଲ୍‌କୁ ଯୋଜନାବଦ୍ଧ ଭାବେ ଦୁର୍ବଳ କରାଇଛନ୍ତି। ଏହା ଦ୍ବାରା ଏକ ରାଷ୍ଟ୍ରାୟତ୍ତ ସଂସ୍ଥାର ଦକ୍ଷତାକୁ ଧ୍ବଂସ କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସଂସଦ ଭବନ ବାହାରେ ରାହୁଲ କହିଛନ୍ତି ଯେ ଅନିଲ ଅମ୍ବାନୀଙ୍କୁ ୩୦ହଜାର କୋଟି ଲାଭ ଦେବା ପାଇଁ ମୋଦୀ ଷଡ଼ଯନ୍ତ୍ର କରିଛନ୍ତି। ଏହା ଜନତାଙ୍କ ଅର୍ଥ; ଆମେ ଏହାକୁ ମୋଦୀଙ୍କ ବନ୍ଧୁଙ୍କୁ ଦିଆଇଦେବୁ ନାହିଁ। ସରକାର ରାଫେଲ ନିର୍ମାତା ଡାସଲ୍ଟ ଆଭିଏସନ୍‌କୁ ଗୋଟିଏ ବିମାନ ବାବଦରେ ୨୦ହଜାର କୋଟି ଦେବାକୁ କୁଣ୍ଠା ପ୍ରକାଶ କରି ନ ଥିବାବେଳେ ହାଲ୍‌ କର୍ମଚାରୀଙ୍କର ବକେୟା ଥିବା ୧୫ହଜାର ୭୦୦କୋଟି ଟଙ୍କା ଦେବାରେ ଅବହେଳା କରିଛନ୍ତି। ଆର୍ଥିକ ସମସ୍ୟାରେ ଯୁଝୁଥିବା ହାଲ୍‌ରେ ସୁଦକ୍ଷ ଇଞ୍ଜିନିୟର ଓ ବୈଜ୍ଞାନିକମାନେ ଥିଲେ ମଧ୍ୟ ସରକାର ସେମାନଙ୍କୁ ଉପେକ୍ଷା କରୁଛନ୍ତି ବୋଲି ରାହୁଲ ଦୋହରାଇଛନ୍ତି।

ରାଫେଲ ପ୍ରସଙ୍ଗରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ୧୫ମିନିଟ୍‌ର ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି। ‘ମୋଦୀ ମୋ ସହିତ ବିତର୍କ ପାଇଁ ୧୫ମିନିଟି ଦିଅନ୍ତୁ, ଦେଶବାସୀ ସତ କ’ଣ ଜାଣିବେ’ ବୋଲି ରାହୁଲ କହିଛନ୍ତି। ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ହାଲ୍‌ ସଂକ୍ରାନ୍ତରେ ମିଛ କହିଥିବା ରାହୁଲ ଅଭିଯୋଗ କରିଛନ୍ତି। ପୂର୍ବରୁ ସେ ହାଲ୍‌କୁ ୧ଲକ୍ଷ କୋଟି ଟଙ୍କା ଦିଆଯାଇଥିବା କହିଥିଲେ; କିନ୍ତୁ ଏବେ ୨୬ହଜାର ୫୭୦କୋଟି ୮୦ ଲକ୍ଷ ଟଙ୍କା ଦେଇଥିବା କହୁଛନ୍ତି। ସଂସଦ ଓ ଜନତାଙ୍କୁ ସେ ବିଭ୍ରାନ୍ତ କରୁଛନ୍ତି। ଏହାଛଡ଼ା ବିମାନବାହିନୀ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ରାଫେଲ ରାଜିନାମାବେଳେ ସରକାରଙ୍କ ହସ୍ତକ୍ଷେପକୁ ବିରୋଧ କରିଥିଲେ କି ତାହା ମୋଦୀ ଓ ନିର୍ମଳା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି।

- Advertisement -

ଅପରପକ୍ଷରେ ରାହୁଲଙ୍କ ଅଭିଯୋଗକୁ ସୀତାରମଣ ଖଣ୍ଡନ କରିଛନ୍ତି। ରାହୁଲ ମିଛ କହୁଛନ୍ତି ଓ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଚନ୍ତି ବୋଲି ସୀତାରମଣ କହିଛନ୍ତି। ହାଲ୍‌କୁ ୨୬ହଜାର କୋଟି ଟଙ୍କାର ଠିକା ଦିଆଯାଇଛି ଓ ଆଗକୁ ଆହୁରି ୭୩ହଜାର କୋଟି ଟଙ୍କାର କାମ ଦିଆଯିବାର ଯୋଜନା ଅଛି ବୋଲି ସେ କହିଛନ୍ତି। ହାଲ୍‌କୁ ଅର୍ଥ ପ୍ରଦାନ ସମ୍ପର୍କରେ ଯାହା କୁହାଯାଉଛି, ସେସବୁ ମିଛ ବୋଲି ସୀତାରମଣ କହିଛନ୍ତି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories