www.samajalive.in
Friday, December 5, 2025
23.1 C
Bhubaneswar

ବଲିଉଡର ହଟ୍ ମଡେଲଙ୍କୁ ପଛରେ ପକାଇଲେ ଏହି ବୟସ୍କା ମଡେଲ, ଜାଣନ୍ତୁ ସେ କିଏ ?

ଯେପରି ଇଚ୍ଛା ଥିଲେ ଉପାୟ ଆପେଆପେ ଆସେ, ଠିକ୍ ସେହିପରି ନିଜ ବୟସକୁ ନେଇ କେହି ମଧ୍ୟ ବ୍ୟତିବ୍ୟସ୍ତ ହେବା ଅନୁଚିତ । ନିଜ ମନଲାଖି କାମ କରିବା ନିମନ୍ତେ କେବଳ ମନୋବଳ ଆବଶ୍ୟକ ବୋଲି କହିଛନ୍ତି ୯୦ ବର୍ଷୀୟା ମଡେଲର ଡେଫନି ସେଲ୍ଫ ।

୯୦ ବର୍ଷୀୟା ଏହି ମହିଳାଜଣକ ୧୯୪୯ରୁ ମଡେଲିଂ କରିଆସୁଛନ୍ତି । ଲଣ୍ଡନନିବାସୀ ଏହି ବୟସ୍କା ମହିଳା ନିକଟରେ ହିଁ ବିଜ୍ଞାପନ ନିମନ୍ତେ ମଡେଲିଂ କରିଥିବାର ପ୍ରକାଶ । ତାଙ୍କ ମତରେ ବୟସର ଛାପ ନିଜ ତ୍ବଚା ଉପରେ ପଡ଼ିବା ସ୍ବାଭାବିକ, ହେଲେ ମନ ଉପରେ ନିୟନ୍ତ୍ରଣ କାହାର ମଧ୍ୟ ନାହିଁ । ନିଜ ଜୀବନଶୈଳୀକୁ ନେଇ ଖୁବ୍ ଖୁସି ଅଛନ୍ତି ଡେଫନି ।

- Advertisement -

ନିକଟରେ ନିଜ ୯୦ତମ ଜନ୍ମଦିନକୁ ଧୁମଧାମରେ ପାଳନ କରିଛନ୍ତି ସେ । ଡାକ୍ତରଙ୍କ ପରାମର୍ଶରେ ନିଜ ଖାଦ୍ୟପାନୀୟ ପ୍ରତି ବେଶ୍ ଯତ୍ନବାନ୍ ଏହି ବୟସ୍କା ମଡେଲର । ଏ ବୟସରେ ମଧ୍ୟ ଦୈନିକ ୯ ଘଣ୍ଟା ପରିଶ୍ରମ କରିପାରୁଛନ୍ତି । ଏକ ସାକ୍ଷାତକାରରେ ଡେଫନି କହିଛନ୍ତି ଅନ୍ୟମାନେ ତାଙ୍କୁ ଥଟ୍ଟାପରିହାସ କରନ୍ତି, ହେଲେ ସେସବୁ ପ୍ରତି ଧ୍ୟାନ ଦେବାକୁ ସେ ଉଚିତ୍ ମଣନ୍ତି ନାହିଁ । କାରଣ ତାଙ୍କ ପସନ୍ଦରେ ସେ ଆଗକୁ ବଢ଼ୁଛନ୍ତି, ଏଣୁ ଅନ୍ୟମାନଙ୍କର କଥାବାର୍ତ୍ତାକୁ ଶୁଣିବାକୁ କିମ୍ବା ଚିନ୍ତା କରିବାକୁ ଡେଫନି ପ୍ରାଧାନ୍ୟ ଦିଅନ୍ତିନାହିଁ । ତାଙ୍କ ଇନଷ୍ଟାଗ୍ରାମ୍ ଓ ଫେସବୁକରେ ଦୈନିକ ଲକ୍ଷାଧିକ ଲୋକ ନିଜ ମତ ଦେଇଥାନ୍ତି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories