www.samajalive.in
Monday, December 8, 2025
14.1 C
Bhubaneswar

ଫସଲ ବୀମା ଦାବିରେ ଆଜି ‘ଚାଷୀ ମେଳି’

ସମ୍ବଲପୁର: ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବର ପ୍ରତିବାଦ କରି ଆସନ୍ତା ଶୁକ୍ରବାର ୪୦ଟି ଚାଷୀ ସଙ୍ଗଠନ ସମ୍ବଲପୁର ଜିଲାର ୧୭ଟି ଜାଗାରେ ୩ ଘଣ୍ଟା ଚକା ଜାମ କରିବେ। ଚାଷୀଙ୍କ ଆନ୍ଦୋଳନ ଯୋଗୁ ଏହି ୩ ଘଣ୍ଟା ଯାତ୍ରୀ ଓ ମାଲ ପରିବହନ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ତେବେ ଆମ୍ବୁଲାନ୍ସ ଓ ଦମକଳ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।
ଜିଲା କୃଷକ ସୁରକ୍ଷା ସଙ୍ଗଠନରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଗୋଶାଳା, ରେମେଡ଼, ରେଙ୍ଗାଲି, ତାଲବ, ମାଝିପାଲି, ଶାସନ, ରେଢ଼ାଖୋଲ, କଦଳୀଗଡ଼, ମାନେଶ୍ୱର, ଯୁଯୁମୁରା, ଧମା, ସିନ୍ଦୁରପଙ୍କ ଛକ, କୁଲୁଣ୍ଡି, ଭୋଜପୁର, ସର୍ଡ଼ା, ଖଣ୍ଡୋକଟା, ଜୁନାଡିହିରେ ଦିନ ୧୦ରୁ ୧ ଯାନବାହାନ ଚଳାଚଳ ବନ୍ଦ କରିବେ। ପ୍ରିମିୟମ ଭରି ଆଜି ପର୍ଯ୍ୟନ୍ତ ଫସଲ ବୀମା ପାଇ ନ ଥିବା ଜିଲାର ୩୩ଟି ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ରପକଟିଂ ରିପୋର୍ଟ ଆଧାରରେ ବୀମା ରାଶି ପ୍ରଦାନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ଘରୋଇ କମ୍ପାନୀକୁ ହଟାଯିବା, କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସରକାରୀ ବୀମା କମ୍ପାନୀଙ୍କୁ ଫସଲବୀମା ଦାୟିତ୍ୱ ଦିଆଯିବା, ଗତ ବର୍ଷର ଇନପୁଟ୍‍ ସବସିଡି ପାଇନଥିବା ଚାଷୀଙ୍କୁ ଶୀଘ୍ର ପ୍ରଦାନ କରାଯିବା, ସମ୍ବଲପୁର ଜିଲାକୁ ମରୁଡ଼ିଗ୍ରସ୍ତ ଜିଲା ରୂପେ ଘୋଷଣା କରାଯିବା, କ୍ରମାଗତ ଭାବେ ବନ୍ୟା, ବାତ୍ୟା ଓ ମରୁଡ଼ି ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା କୃଷକଙ୍କ କୃଷି ଋଣ ଛାଡ଼ କରାଯିବା, ଋଣ ଛାଡ଼ ଦାୟିତ୍ୱ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବହନ କରିବା, ଧାନ ଦରବୃଦ୍ଧି ଓ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୋନସ ଦାବିରେ ଚାଷୀମାନେ ଅନ୍ଦୋଳନ ସକାଶେ ସଙ୍ଗଠିତ ହୋଇଛନ୍ତି।
ଗତ ବର୍ଷ ସମ୍ବଲପୁର ଜିଲାର ଜଳସେଚିତ ଅଞ୍ଚଳର ଚାଷୀ ଚକଡ଼ା କ୍ଷତିଗ୍ରସ୍ତ ହୋଇଥିଲେ। ଏ ବର୍ଷ ମରୁଡ଼ ଭୋଗୁଛନ୍ତି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ରାଶି ଦେବାକୁ ବହୁ ଦିନରୁ ଦାବି ହୋଇ ଆସୁଛି। କିନ୍ତୁ ସରକାରୀ କଳ ଏଥି ପ୍ରତି କର୍ଣ୍ଣପାତ କରୁ ନଥିବାରୁ ଆସନ୍ତା କାଲି ଯାନବାହାନ ଚଳାଚଳ ବନ୍ଦ କରାଯିବ ବୋଲି କୃଷକ ନେତା ଅଶୋକ ପ୍ରଧାନ କହିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ବାଚିତ ପ୍ରତିନିଧି ଓ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋପ ପ୍ରଦର୍ଶନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories