www.samajalive.in
Saturday, December 6, 2025
17.1 C
Bhubaneswar

ପ୍ରିୟା ପ୍ରକାଶଙ୍କ ଅଭିନୀତ ସଙ୍ଗୀତକୁ ନିଷିଦ୍ଧ କରିବାକୁ ସ୍ମୃତି ଇରାନିଙ୍କୁ ଚିଠି

ନୂଆଦିଲ୍ଲୀ : ମାଲାୟଲମ୍‌ ଚଳଚ୍ଚିତ୍ର ‘ଓରୁ ଅଦାରୁ ଲଭ୍‌’ର ବିବାଦୀୟ ସଙ୍ଗୀତ ମାଣିକ୍ୟ ମାଲାରାୟା ପୁଭିକୁ ନିଷିଦ୍ଧ କରିବା ଲାଗି ରାଜା ଏକାଡେମୀ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନିଙ୍କ ନିକଟକୁ ପତ୍ର ଲେଖିଛି। ପ୍ରିୟା ପ୍ରକାଶ ବରିୟରଙ୍କ ଅଭିନୀତ ଏହି ସଙ୍ଗୀତକୁ ନେଇ ମୁସଲମାନ ସମ୍ପ୍ରଦାୟ ଆପତ୍ତି ଉଠାଇବା ପରେ ରାଜା ଏକାଡେମୀ ଏହାକୁ ନିଷିଦ୍ଧ ଲାଗି ଦାବି କରିଛି। ରିପୋର୍ଟ ଅନୁଯାୟୀ ରାଜା ଏକାଡେମୀ ମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ ଅଭିଯୋଗ କରିଛି ଯେ ଏହି ସଙ୍ଗୀତ ମୁସଲମାନ ସମ୍ପ୍ରଦାୟଙ୍କ ଧାର୍ମିକ ଭାବାବେଗ ଉପରେ ଆଘାତ ପହଞ୍ଚାଇଛି। ଏକାଡେମୀ କହିଛି ଯେ ଏହି ମାଲାୟଲମ୍‌ ସଙ୍ଗୀତ ପ୍ରଫେଟ ମହମ୍ମଦ ଓ ତାଙ୍କ ପତ୍ନୀଙ୍କୁ ଅପମାନିତ କରୁଛି। ରେହମାନି ଗ୍ରୁପର ଅଧ୍ୟକ୍ଷ ଅସିଫ ସରର୍ଦାର କହିଛନ୍ତି ସେନସର ବୋର୍ଡ ଚଳଚ୍ଚିତ୍ର ‘ଓରୁ ଅଦାରୁ ଲଭ୍‌’ରୁ ଏହି ସଙ୍ଗୀତଙ୍କୁ ବାଦ୍‌ ଦେଉ। ଏ ଦିଗରେ ମନ୍ତ୍ରୀ ଇରାନି ଆବଶ୍ୟକ ହସ୍ତକ୍ଷେପ କରିବା ଦରକାର। ନଚେତ ଦେଶରେ ଆଉ ଏକ ବିବାଦ ଦେଖାଦେବ। ରାଜା ଏକାଡେମୀ ନିଜର ବିରୋଧ ପ୍ରଦର୍ଶନ କରିବା ପାଇଁ ମିନାରା ମସଜିଦ ନିକଟରେ ପ୍ଲାକାର୍ଡ ଦେଖାଇଛନ୍ତି। ସେମାନେ କହିଛନ୍ତି ଯେ ଆଧ୍ୟାତ୍ମିକ ବ୍ୟକ୍ତି ବିଶେଷଙ୍କୁ ଅପମାନିତ କରିବା ବନ୍ଦ କରାଯାଉ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories