www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଦୂଷଣ ଜନିତ ଶିଶୁ ମୃତ୍ୟୁ ସଂଖ୍ୟା ଭାରତରେ ସର୍ବାଧିକ

ନୂଆଦିଲ୍ଳୀ: ପ୍ରଦୂଷଣରେ ଭାରତରେ ୨୦୧୬ରେ ୧,୧୦,୦୦୦ ହଜାର ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୫ ବର୍ଷରୁ କମ୍‍ ଶିଶୁଙ୍କ ସଂଖ୍ୟା ୬୦,୯୮୭। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ ଏହା ପ୍ରକାଶ ପାଇଛି। ପ୍ରଦୂଷଣରେ ଶିଶୁ ମୃତ୍ୟୁ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଛି।
‘ବାୟୁ ପ୍ରଦୂଷଣ ଓ ଶିଶୁ ସ୍ୱାସ୍ଥ୍ୟ: ସ୍ୱଚ୍ଛ ବାୟୁର ଆବଶ୍ୟକତା’ ଶୀର୍ଷକ ଏହି ରିପୋର୍ଟ ଅନୁଯାୟୀ, ହାରାହାରି ୬୦,୯୮୭ ଭାରତୀୟ ଶିଶୁ ପ୍ରତିବର୍ଷ ପ୍ରଦୂଷଣରେ ପ୍ରାଣ ହାରୁଛନ୍ତି। ଭାରତ ପଛକୁ ନାଇଜେରିଆ ଓ ପାକିସ୍ତାନ ରହିଛନ୍ତି। ଏହି ଦୁଇ ଦେଶର ପ୍ରଦୂଷଣ ଜନିତ ଶିଶୁ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୪୭,୬୭୪ ଓ ୨୧, ୧୩୬।
ଭାରତରେ ପ୍ରଦୂଷଣ ଜନିତ ଶିଶୁ ମୃତ୍ୟୁରେ ବାଳିକାଙ୍କ ସଂଖ୍ୟା ବାଳକଙ୍କ ତୁଳନାରେ ଅଧିକ ରହିଛି।
ଭାରତରେ ପ୍ରଦୂଷଣ ଜନିତ ଶିଶୁ ମୃତ୍ୟୁ ପରିମାଣ ସମଗ୍ର ବିଶ୍ୱର ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟାର ୨୫%। ବିଶ୍ୱରରେ ପ୍ରତିଦିନ ୧୫ ବର୍ଷରୁ କମ୍‍ ବୟସର ୯୩% ଶିଶୁ ପ୍ରଦୂଷିତ ବାୟୁ ପ୍ରଶ୍ୱାସରେ ନେଉଛନ୍ତି। ୨୦୧୬ରେ ବିଶ୍ୱର ୬ ଲକ୍ଷ ଶିଶୁ ବାୟୁ ପ୍ରଦୂଷଣ ଓ ଫୁସ୍‍ଫୁସ୍‍ ଜନିତ ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ନିମ୍ନ ଓ ନିମ୍ନମଧ୍ୟବିତ୍ତ ବର୍ଗର ଲୋକ ବସବାସ କରୁଥିବା ଦେଶରେ ଏହି ସ୍ଥିତି ଉଦ୍‍ବେଗଜନକ। ବିଶେଷକରି ଗର୍ଭବତୀମାନେ ପ୍ରଦୂଷିତ ବାୟୁ ପ୍ରଶ୍ୱାସରେ ନେଉଥିବାରୁ ଏହାର ପ୍ରତିକୂଳ ପ୍ରଭାବ ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଓ ପୌଷ୍ଟିକତାକୁ ପ୍ରଭାବିତ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories